ମୁମ୍ୱାଇ: ନିକଟରେ ଟେଲିଭିଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ହୀନା ଖାନ୍ ତାଙ୍କ ବାପାଙ୍କୁ ହରାଇଥିଲେ। ଏହି ଦୁଃଖରେ ଭାଙ୍ଗିପଡ଼ିଥିବା ହୀନା କିନ୍ତୁ ଠିକ୍ ସପ୍ତାହ ପରେ ଆଉ ଏକ ମେସେଜ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ ସେ କୋଭିଡ୍ ପଜିଟିଭ୍ ବୋଲି ଜଣାଇଛନ୍ତି।
ସୋମବାର ହୀନା ଖାନ୍ ତାଙ୍କ ଫ୍ୟାନ ମାନଙ୍କୁ ଏହି ସୂଚନା ଦେଇଛନ୍ତି। ଏବେ ଏହି ଅଭିନେତ୍ରୀ ଜଣଙ୍କ ଘରେ କ୍ୱାରେଣ୍ଟାଇନରେ ରହିଛନ୍ତି। ସେ ଏକ ମ୍ୟୁଜିକ୍ ଭିଡିଓର ସୁଟିଂ ପାଇଁ କଶ୍ମୀର ଯାଇଥିଲେ। ତେଣୁ ତାଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସମସ୍ତଙ୍କୁ ହୀନା କରୋନା ପରୀକ୍ଷା କରାଇବାକୁ ଅନୁରୋଧ କରିଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଏବଂ ଯତ୍ନବାନ ହେବାକୁ ହୀନା ନିବେଦନ କରିଛନ୍ତି।
ସେ ନିଜ ଫ୍ୟାନ ମାନଙ୍କୁ କିନ୍ତୁ ଏହି ବାର୍ତ୍ତା ଦେଲା ବେଳେ ଭାଙ୍ଗିପଡ଼ିଥିବା ତାଙ୍କ ପୋଷ୍ଟରୁ ଜଣାପଡ଼ିଛି। ୟେ ରିଶତା କ୍ୟାୟା କେହଲାତା ହେର ଏହି ଅଭିନେତ୍ରୀ ଲେଖିଛନ୍ତି, “ମୁଁ ଏବଂ ମୋ ପରିବାର ପାଇଁ ବହୁତ କଷ୍ଟଦାୟକ ଏବଂ ଆହ୍ୱାନ ପୂର୍ଣ୍ଣ ସମୟ ମଧ୍ୟରେ ଗତି କରୁଛି। ଏବେ ମୁଁ କୋଭିଡ ପରୀକ୍ଷା କରିଇଥିଲି। ରିପୋର୍ଟ ପଜିଟିଭ୍ ଆସିଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ନିଜକୁ ଘରେ କ୍ୱାରେଣ୍ଟାଇନରେ ରହିଛି ଏବଂ ସମସ୍ତ ସତର୍କତା ଅବଲମ୍ବନ କରୁଛି”।
View this post on Instagram
ହୀନା ତାଙ୍କ ବାପାଙ୍କ ଲାଡ୍ଲି ଥିଲେ। ସେ ତାଙ୍କ ଜୀବନର ସମସ୍ତ ଛୋଟ ବଡ କଥା ନିଜ ବାପାଙ୍କୁ ପଚାରି କରୁଥିଲେ। ସେ ପିଲାଟି ବେଳୁ ଅଭିନୟକୁ ପେସା ଭାବେ ବାଛିବାକୁ ଚାହୁଁଥିଲେ। ଏଥିପାଇଁ ସେ ନିଜ ପାଠ ପଢ଼ା ସାରି ୨୦ ବର୍ଷ ବୟସରେ କାଶ୍ମୀରରୁ ମୁମ୍ବାଇ ଚାଲି ଆସିଥିଲେ। ସିଏଏ ସ୍କୁଲରୁ ଏମ୍ବିଏ ସାରିବା ପରେ ତାଙ୍କୁ ପ୍ରଥମେ ୨୦୦୯ରେ ଏକ ସିରିଏଲ୍ରେ ଅଭିନୟ ପାଇଁ ଅଫର ଆସିଥିଲା। ଏହାପରେ ହୀନା ନିଜ ଅଭିନୟ ଜାଦୁରେ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ।
The post ବାପା ଚାଲିଗଲା ପରେ ହୀନାଙ୍କୁ ଆଉ ଏକ ଝଟକା appeared first on Odisha Reporter.
from Odisha Reporter https://ift.tt/3ez1T2X
No comments:
Post a Comment