ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ମୁଦ୍ରା ନୀତି କମିଟି (ଏମପିସି) ବୈଠକ ଶେଷ ହୋଇଛି। ତିନି ଦିନ ଧରି ଚାଲିଥିବା ଏହି ବୈଠକ ପରେ ସାମ୍ୱାଦିକ ସମ୍ମିଳନୀ କରି ରେପୋ ରେଟ୍ ବାବଦରେ ସୂଚନା ଦେଇଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ମୁଦ୍ରାନୀତି କମିଟି ରେପୋ ରେଟରେ କୌଣସି ପରିବର୍ତ୍ତନ ହୋଇନଥିବା ସେ କହିଛନ୍ତି। ଅର୍ଥାତ୍ ପୂର୍ବ ଭଳି ଏବେ ରେପୋ ରେଟ୍ ୪ ପ୍ରତିଶତ ଏବଂ ରିଭର୍ସ ରେପୋରେଟ୍ ୩.୩୫ ପ୍ରତିଶତ ରହିବ। Marginal standing facility (ଏମଏସଏଫ)ର ତିନି ଦିନିଆ ବୈଠକ ଏପ୍ରିଲ ୫ରୁ ଆରମ୍ଭ ହୋଇ ୭ରେ ଶେଷ ହୋଇଛି।
ଶକ୍ତିକାନ୍ତ କହିଛନ୍ତି, Marginal standing facility (ଏମଏସଏଫ) ଏବଂ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏମପିସିର ସମସ୍ତ ସଦସ୍ୟ ସୁଧ ହାରରେ ପରିବର୍ତ୍ତନ ନକରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଅଭିବୃଦ୍ଧି ସ୍ଥିର ନହେବା ପର୍ଯ୍ୟନ୍ତ ରେପୋରେଟ୍ ଅପରିବର୍ତ୍ତିତ ରହିବ ବୋଲି ଦାସ କହିଛନ୍ତି। ଅର୍ଥାତ ଘରର ଇଏମଆଇ ଏବଂ ଅଟୋ ଲୋନରେ ସୁଧ ହାର ସମାନ ରହିବ।
କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦେଶର ଅର୍ଥନୀତିରେ ସୁଧାର ଆସୁଛି। ତେବେ ଲକଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ଯଦି ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଲାଗିବ ତାହେଲେ ଅଭିବୃଦ୍ଧି ଉପରେ ପ୍ରଭାବ ପକାଇପାରେ। ତେବେ ପୂର୍ବ ଅପେକ୍ଷା ଗ୍ରାମାଞ୍ଚଳରେ ଅର୍ଥନୀତିକ ସ୍ଥିତି ସୁଧାର ଆସୁଥିବା ସେ କହିଛନ୍ତି।
୨୦୨୨ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଆକଳନ ୧୦.୫ ପ୍ରତିଶତରେ ରହିଛି। ୨୦୨୨ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୧୦.୫ ପ୍ରତିଶତ ରହିବ ବୋଲି ଶକ୍ତିକାନ୍ତ ଆକଳନ କରିଛନ୍ତି।
The post ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ appeared first on Odisha Reporter.
from Odisha Reporter https://ift.tt/3wzOq35
No comments:
Post a Comment