ପ୍ରମାଣ ନଷ୍ଟ ସହ ମହିଳା ପୁଲିସ୍‌ଙ୍କୁ ଆକ୍ରମଣ କରିଥିଲେ ତହସିଲଦାର, ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 6, 2021

ପ୍ରମାଣ ନଷ୍ଟ ସହ ମହିଳା ପୁଲିସ୍‌ଙ୍କୁ ଆକ୍ରମଣ କରିଥିଲେ ତହସିଲଦାର, ମାମଲା ରୁଜୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଆଇନ ଭାବେ ଟଙ୍କା ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିବା ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କ ନାଁରେ ଇନ୍‌ଫୋସିଟି ଥାନାରେ ମାମଲା ରୁଜୁ ହୋଇଛି।

ଭିଜିଲାନ୍ସ ଦ୍ୱାରା ଗିରଫ ବେଳେ ମହିଳା ପୁଲିସ୍‌ କର୍ମୀଙ୍କୁ ଆକ୍ରମଣ ନେଇ ମାମଲା ରୁଜୁ ହୋଇଛି । ପ୍ରମାଣ ନଷ୍ଟ ସହ ତଦନ୍ତ ବେଳେ ସହଯୋଗ ନ କରିବାରୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଆଜି କଟକ ଭିଜିଲାନ୍ସ କୋର୍ଟରେ ହାଜର ହେବେ ବାରଙ୍ଗ ତହସିଲଦାର।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବାରଙ୍ଗ ତହସିଲଦାର ଗତକାଲି ନିଜର ବାସଭବନକୁ ସରକାରୀ ଗାଡ଼ିରେ ଯାଉଥିଲେ। ମାତ୍ର ଭୁବନେଶ୍ୱରର ରଘୁନାଥପୁରସ୍ଥିତ ମଣିତ୍ରିଭୁବନ ଆପର୍ଟମେଣ୍ଟ ସମ୍ମୁଖରେ ଭିଜିଲାନ୍ସ ଟିମ୍ ହାବୁଡ଼ରେ ପଡ଼ିଥିଲେ। ଭିଜିଲାନ୍ସ ଟିମ୍ ସହ ତାଙ୍କର ଯୁକ୍ତିତର୍କ ବେଳେ ସେ ଗାଡ଼ି ଭିତରେ ରଖି ଥିବା ୧ଲକ୍ଷ ୭ହଜାର ଟଙ୍କାକୁ ରାସ୍ତା କଡ଼କୁ ଫିଙ୍ଗି ଦେଇଥିଲେ। ଏହି ଟଙ୍କାକୁ ଭିଜିଲାନ୍ସ ଟିମ୍ ଜବତ କରିଛି। ଏତେ ଟଙ୍କା ସେ କେଉଁଠୁ ଆଣିଲେ ତା’ର ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଭିଜିଲାନ୍ସ କହିଛି।

ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଭିଜିଲାନ୍ସ ଏହି ଚଢ଼ଉ କରିଥିଲା। ଏହାସହିତ ଭିଜିଲାନ୍ସ ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନରେ ଏକ ମାମଲା ରୁଜୁ କରି ତାଙ୍କର ବାରଙ୍ଗସ୍ଥିତ ବାସଭବନ, ଢେଙ୍କାନାଳର ଗଁଦିଆ ଥାନା ଅନ୍ତର୍ଗତ ପୈତୃକ ଗାଁ ଗୋପାଳପୁରରେ ମଧ୍ୟ ଏକକାଳୀନ ଚଢ଼ଉ କରିଥିଲା। ଏବେ ଏହି ବେଆଇନ ଅର୍ଥ ଠୁଳ କରିବାର ମାମଲାର ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ କହିଛି।

The post ପ୍ରମାଣ ନଷ୍ଟ ସହ ମହିଳା ପୁଲିସ୍‌ଙ୍କୁ ଆକ୍ରମଣ କରିଥିଲେ ତହସିଲଦାର, ମାମଲା ରୁଜୁ appeared first on Odisha Reporter.



from Odisha Reporter https://ift.tt/3msdAvZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages