ଘରୋଇ ହସ୍ପିଟାଲରେ ଭୟଙ୍କର ନିଆଁ, ଗଲା ୪ ରୋଗୀଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 27, 2021

ଘରୋଇ ହସ୍ପିଟାଲରେ ଭୟଙ୍କର ନିଆଁ, ଗଲା ୪ ରୋଗୀଙ୍କ ଜୀବନ

ଥାନେ: ମହାମାରୀ କରୋନା ସଂକ୍ରମଣ ଭିତରେ ମହାରାଷ୍ଟ୍ରର ପୁଣି ଗୋଟିଏ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୪ ଜଣ ରୋଗୀ ଏଯାଏ ପ୍ରାଣ ହରାଇଛନ୍ତି। ୨୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଥାନେରେ ଥିବା ଏକ ଘରୋଇ ହସ୍ପିଟାଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଶାସନ ଓ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ହସ୍ପିଟାଲ ମଧ୍ୟରେ ଏବେ ବି କିଛି କର୍ମଚାରୀ ଓ ରୋଗୀ ଫସି ରହିଥିବା ଆଶଙ୍କା କରାଯାଉଛି।

ସୂଚନା ଅନୁସାରେ, ଥାନେର ମୁମ୍ବ୍ରା ଅନ୍ତର୍ଗତ କାଉସ ଠାରେ ଥିବା ପ୍ରାଇମ କ୍ରିଟିକେୟାର ନାମକ ଏକ ଘରୋଇ ହସ୍ପିଟାଲରେ ଭୋର ୩.୪୦ରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। ଏଠାରେ କୌଣସି କରୋନା ରୋଗୀ ନଥିଲେ। କେବଳ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ଏଠାରେ ଚିକିତ୍ସା ପ୍ରଦାନ କରାଯାଉଥିଲା। ନିଆଁ ଲାଗିବାର କିଛି ସେକେଣ୍ଡ ମଧ୍ୟରେ ଏହା ହସ୍ପିଟାଲର ବିଭିନ୍ନ ସ୍ଥାନକୁ ବ୍ୟାପି ଯାଇଥିଲା। ଖବର ପାଇ ୩ଟି ଆମ୍ବୁଲାନ୍ସ ଓ ୮ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ହସ୍ପିଟାଲରେ ଫସିଥିବା ରୋଗୀ ଓ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଓ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଜୋରଦାର ଉଦ୍ୟମ କରିଥିଲା। ଉଦ୍ଧାର ସମୟରେ ୪ ଜଣଙ୍କ ମୃତଦେହ ମିଳିଛି। ସେହିପରି ୨୦ ଜଣ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହି ୨୦ ରୋଗୀଙ୍କ ମଧ୍ୟରୁ ୬ ଜଣ ଆଇସିୟୁରେ ରହିଥିଲେ। ଏବେ ଉଦ୍ଧାର ଓ ନିଆଁ ଲାଭ କାର୍ଯ୍ୟ ଜାରି ରହିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ।

ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଜିତେନ୍ଦ୍ର ଅୱାଦ କହିଛନ୍ତି, ଅଗ୍ନିକାଣ୍ଡ ଯୋଗୁ ହସ୍ପିଟାଲର ପ୍ରଥମ ମହଲା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ନିଆଁରେ ପୋଡ଼ି ହୋଇ ୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ମହାରାଷ୍ଟ୍ର ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତ ହୋଇଥିବା ଲୋକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇଦେବେ।

ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିରେ ଥାନେ ମ୍ୟୁନସିପାଲ କର୍ପୋରେସନ ଓ ପୁଲିସ୍ ଅଧିକାରୀମାନେ ରହିବେ ବୋଲି ସେ କହିଛନ୍ତି।

ଏପ୍ରିଲ ୨୩ରେ ପାଲଘର ଠାରେ ଥିବା ଗୋଟିଏ ଘରୋଇ ହସ୍ପିଟାଲରେ ନିଆଁ ଲାଗିବାରୁ ୧୫ ଜଣ କରୋନା ରୋଗୀ ଆଇସିୟୁ ମଧ୍ୟରେ ଫସି ରହି ପ୍ରାଣ ହରାଇଥିଲେ।

The post ଘରୋଇ ହସ୍ପିଟାଲରେ ଭୟଙ୍କର ନିଆଁ, ଗଲା ୪ ରୋଗୀଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3t2sieK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages