ଆସାମରେ ବଡ଼ଧରଣର ଭୂକମ୍ପ, ଥରିଲା ବେଙ୍ଗଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 27, 2021

ଆସାମରେ ବଡ଼ଧରଣର ଭୂକମ୍ପ, ଥରିଲା ବେଙ୍ଗଲ

ନୂଆଦିଲ୍ଲୀ: ସକାଳୁ ସକାଳୁ ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ସମଗ୍ର ଆସାମ। ଏହାର ପ୍ରଭାବ ଉତ୍ତର ବେଙ୍ଗଲ ଓ ଉତ୍ତରପୂର୍ବ ଭାରତର କିଛି ସ୍ଥାନରେ ମଧ୍ୟ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ ଥିବାରୁ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ଏଯାଏ ମୃତାହତଙ୍କ ସୂଚନା ମିଳି ନଥିଲ ହେଁ ବିଭିନ୍ନ ସ୍ଥାନରେ ଲୋକମାନେ ଝଟକା ପରେ ଘରୁ ପଦାକୁ ଆସି ଖୋଲା ସ୍ଥାନରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

ନ୍ୟାଶନାଲ ସେଣ୍ଟର ଅଫ ସେଇସମୋଲଜି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସାମର ତେଜପୁର ଠାରେ ୬.୪ ତୀବ୍ରତାର ଭୂକମ୍ପ ସୃଷ୍ଟି ହୋଇଛି। ଭୂକମ୍ପର ପ୍ରଥମ ଝଟକା ସମଗ୍ର ଆସାମବାସୀ ସକାଳ ୭.୫୧ରେ ଅନୁଭବ କରିଥିଲେ। ଭୂକମ୍ପର କେନ୍ଦ୍ର ସ୍ଥଳ ତେଜପୁର ଠାରୁ ୪୩ କିମି ଦୂର।

୬.୪ ତୀବ୍ରତାର ଭୂକମ୍ପ ଝଟକା ପରେ ଦୁଇଟି ଛୋଟ ଛୋଟ ଝଟକା ଲୋକମାନେ ଅନୁଭବ କରିଥିଲେ। ପ୍ରଥମ ଝଟକା ୭.୫୫ ମିନିଟ ଓ ଦ୍ୱିତୀୟ ଝଟକା ଏହାର ଆଉ କିଛି ସମୟ ପରେ ସୃଷ୍ଟି ହୋଇଥିଲା। ବଡ଼ଧରଣର ଭୂକମ୍ପ ଯୋଗୁ ଆସାମର ଏକାଧିକ ବିଲଡିଂରେ ଫଟା ଚିହ୍ନ ଦେଖିବାକୁ ମିଳିଛି। କିଛି ସ୍ଥାନରେ ଘର ଭାଙ୍ଗି ଯାଇଥିବା ଭିଜୁଆଲ ଆସିଛି। ଆସାମର ମନ୍ତ୍ରୀ ହିମନ୍ତ ବିଶ୍ୱଶମ୍ବା ମଧ୍ୟ ଟ୍ୱିଟ କରି ଭୂକମ୍ପ ଝଟକା ବିଷୟରେ ଅବଗତ କରାଇଛନ୍ତି।

ଉତ୍ତର ବେଙ୍ଗଲର ଦାର୍ଜିଲିଂ ମଧ୍ୟ ଭୂକମ୍ପରେ ଥରିଛି। ଏଠାରେ ଲୋକମାନେ ଝଟକା ପରେ ଘରୁ ବାହାରି ଯାଇ ଖୋଲା ସ୍ଥାନରେ ଛଡ଼ା ହୋଇଥିବା ଫଟୋ ସାମ୍ନାକୁ ଆସିଛି। ଅରୁଣାଚଳ ପ୍ରଦେଶର ଇଟାନଗରରେ ଭୂକମ୍ପ ଯୋଗୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି।

ଆଇପିଏସ୍‌ ଅଫିସର ମଧୁର ବର୍ମା ଟ୍ୱିଟ କରି କହିଛନ୍ତି, “ଅରୁଣାଚଳ ପ୍ରଦେଶର ଇଟାନଗରରେ ବଡ଼ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ପୂରା ଘର ୩୦ ସେକେଣ୍ଡ ଧରି ଥରିବାକୁ ଲାଗିଥିଲା। ଅବଶ୍ୟ କୌଣସି କ୍ଷୟକ୍ଷତି ହୋଇନାହିଁ। ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି।”

The post ଆସାମରେ ବଡ଼ଧରଣର ଭୂକମ୍ପ, ଥରିଲା ବେଙ୍ଗଲ appeared first on Odisha Reporter.



from Odisha Reporter https://ift.tt/3nrFtEQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages