ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ୨୪ ଘଣ୍ଟାରେ ୨୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାପରେ ସରକାରଙ୍କ ଚିନ୍ତା ବଢ଼ୁଛି।
ସଂକ୍ରମଣ ବଢ଼ୁଥିବାରୁ ହସ୍ପିଟାଲରେ ବେଡ୍ ଓ ଅମ୍ଳଜାନର ଅଭାବ ଦେଖାଗଲାଣି। ସେହିପରି କରୋନା ଇଞ୍ଜେକସନ ରେମଡେସିଭିର ମଧ୍ୟ ଦିଲ୍ଲୀରେ ଆଉ ମିଳୁନାହିଁ। ଏହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବାକୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜରୁରୀ ବୈଠକ ଡାକିଛନ୍ତି। ଏହି ବୈଠକରେ ଦିଲ୍ଲୀର ସମସ୍ତ କ୍ୟାବିନେଟ ସଦସ୍ୟ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ଆଜି ଅପରାହ୍ନରେ ହିଁ ବୈଠକ ବସିବ।
ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଓ ୱିକଏଣ୍ଡ ଶଟଡାଉନ ଲାଗୁ କରାଯାଇଛି। ତଥାପି ସଂକ୍ରମଣ ବଢ଼ୁଥିବାରୁ ସରକାର ଆଜି କ୍ୟାବିନେଟରେ ଆଉ କିଛି ବଡ଼ ପଦକ୍ଷେପ ନେବାର ସମ୍ଭାବନା ରହିଛି। ଶନିବାର ଦିଲ୍ଲୀ ସରକାର ଅମ୍ଳଜାନ ଓ ବେଡର ଅଭାବ କଥା କହିଥିଲେ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ “ସ୍ଥିତି ବହୁତ ଉଦବେଗଜନକ ରହିଛି। ସଂକ୍ରମଣ ଆଶାଠାରୁ ଅଧିକ ବେଗରେ ବୃଦ୍ଧି ପାଉଛି। କିଛି ଦିନ ତଳେ ଲାଗୁଥିଲା ସବୁ କିଛି ନିୟନ୍ତ୍ରଣରେ ରହିଛି। ହେଲେ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବାରୁ ସବୁ କିଛିର ଅଭାବ ଅନୁଭୂତ ହେଲାଣି। ସଂକ୍ରମଣ ଯେଉଁମାତ୍ରାରେ ବଢ଼ୁଛି, ତାହା କେଉଁଠି ପହଞ୍ଚିବ ସେକଥା କାହାକୁ ଜଣାନାହିଁ।”
The post ଅସମ୍ଭାଳ କରୋନା: ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3x5qiWj
No comments:
Post a Comment