ଡେରାଡୁନ୍: ବାହାଘର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଖାଇବା ପିଇବା ସାରି ସମସ୍ତେ ଗୋଟିଏ କାର୍ରେ ନିଜ ଘରକୁ ଫେରୁଥିଲେ। ହେଲେ ଅଧ ବାଟରେ ମୃତ୍ୟୁ ଛକି ବସିଥିବା କାହାକୁ ଜଣାନଥିଲା। ଘରକୁ ଫେରିବା ବାଟରେ ହଠାତ୍ କାର୍ଟି ଘାଇକୁ କାର୍ ଖସି ପଡ଼ିଥିଲା। ଫଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।
ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ବଦ୍ରିନାଥ ଜାତୀୟ ରାଜପଥରେ ଶନିବାର ବିଳମ୍ବିତ ରାତିରେ ଏହି ଦୁଃଖଦସ ଘଟଣା ଘଟିଛି। ପୁଲିସ୍ର ସୂଚନା ଅନୁଯାୟୀ, ଗୋଟିଏ ପରିବାରର ୫ ଜଣ ସଦସ୍ୟ ବାହାଘର ଭୋଜିକୁ ଯାଇଥିଲେ। ସେମାନେ ବଦ୍ରିନାଥ ଜାତୀୟ ରାଜପଥ ଦେଇ ନିଜ ଘରକୁ ଫେରୁଥିବା ବେଳେ ହଠାତ୍ ପାଖି ଅଞ୍ଚଳରେ ଘଟିଥିଲା ଅଘଟଣ।
କାର୍ ଚଳାଉଥିବା ବ୍ୟକ୍ତି ଜଣଙ୍କ ଭାରସାମ୍ୟ ହରାଇବାରୁ ଗାଡ଼ିଟି ସିଧା ରାସ୍ତା କଡ଼ରେ ଥିବା ବିରାଟ ଘାଇକୁ ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ କାର୍ରେ ଥିବା ସମସ୍ତ ୫ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ କ୍ରେନ୍ ସହଯୋଗରେ ଘାଇରେ ଖସି ପଡ଼ିଥିବା କାର ଓ ସମସ୍ତ ମୃତକଙ୍କୁ ଉଦ୍ଧାର କରିଥିଲେ। ପୁଲିସ୍ ଏବେ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
The post ବାହାଘର ପାର୍ଟିରୁ ଫେରିବା ବେଳେ ଘାଇକୁ ଖସିପଡ଼ିଲା କାର୍, ୫ ମୃତ appeared first on Odisha Reporter.
from Odisha Reporter https://ift.tt/3v0w3CK
No comments:
Post a Comment