ନୂଆଦିଲ୍ଲୀ: ଡରାଇଲାଣି ମହାମାରୀ କରୋନା। ଦିନକୁ ଦିନ ଅଧିକ ଉଗ୍ର ରୂପ ଧାରଣ କରୁଛି କରୋନାର ଦ୍ୱିତୀୟ ଲହର। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୯୩ ହଜାର ୨୯୪ଟି ନୂଆ ମାମଲା ସାମ୍ନାକୁ ଆସିଛି। ଦୈନିକ କରୋନ ପଜିଟିଭ ଚିହ୍ନଟ ମାମଲାରେ ଏହା ଚଳିତ ବର୍ଷର ସର୍ବାଧିକ। ସେହିପରି ଦିନକରେ କରୋନାରେ ଆକ୍ରାନ୍ତ ହୋଇ ୫୧୩ ଜଣଙ୍କ ମୃତ୍ୟୁ ହୋଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଆଜିର ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୪ ଲକ୍ଷ ୮୫ ହଜାର ୫୦୯କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ସଂଖ୍ୟା ୧ କୋଟି ୧୬ ଲକ୍ଷ ୨୯ ହଜାର ୨୮୯ ରହିଛି। ମୋଟ ଆକ୍ଟିଭ କେସ୍ ୬ ଲକ୍ଷ ୯୧ ହଜାର ୫୯୭ ରହିଛି।
ସେହିପରି ଦେଶରେ କରୋନାରେ ଆକ୍ରାନ୍ତ ହୋଇ ମୋଟ ୧ ଲକ୍ଷ ୬୪ ହଜାର ୬୨୩ ଜଣ ପ୍ରାଣ ହରାଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ତଥ୍ୟ ଅନୁସାରେ ଶନିବାର ସନ୍ଧ୍ୟା ସୁଦ୍ଧା ୭ କୋଟି ୫୯ ଲକ୍ଷ ୭୯ ହଜାର ୬୫୧ ଜଣଙ୍କୁ ଟିକା ଦିଆଯାଇଛି।
India reports 93,249 new #COVID19 cases, 60,048 discharges, and 513 deaths in the last 24 hours, as per the Union Health Ministry
Total cases: 1,24,85,509
Total recoveries: 1,16,29,289
Active cases: 6,91,597
Death toll: 1,64,623Total vaccination: 7,59,79,651 pic.twitter.com/026IX9OPtW
— ANI (@ANI) April 4, 2021
The post ଉଗ୍ର ରୂପ ନେଲା କରୋନା, ଦିନକରେ ୯୩ ହଜାରରୁ ଅଧିକ ସଂକ୍ରମିତ, ୫୧୩ ମୃତ appeared first on Odisha Reporter.
from Odisha Reporter https://ift.tt/3drKJ6U
No comments:
Post a Comment