ଝାରସୁଗୁଡ଼ାର ୧୨ଟି ସ୍ଥାନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍, କଳାହାଣ୍ଡିର ଗୋଟିଏ ଗାଁ କଣ୍ଟେନମେଣ୍ଟ ଜୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 3, 2021

ଝାରସୁଗୁଡ଼ାର ୧୨ଟି ସ୍ଥାନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍, କଳାହାଣ୍ଡିର ଗୋଟିଏ ଗାଁ କଣ୍ଟେନମେଣ୍ଟ ଜୋନ୍

ଝାରସୁଗୁଡ଼ା/ଧର୍ମଗଡ଼ (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ବଢ଼ିବା ପରେ ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଫେରିଛି କମେଣ୍ଟମେଣ୍ଟ୍ ଜୋନ୍।

ଝାରସୁଗୁଡ଼ା ଜିଲ୍ଲାରେ ୧୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଝାରସୁଗୁଡ଼ା ପୌର ପରିଷଦର ୮ଟି, କିରିମିରା ବ୍ଲକର ୩ଟି ଓ ଲଖନପୁରର ଗୋଟିଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ।

କଣ୍ଟେନମେଣ୍ଟ୍ ଜୋନ ଘୋଷଣା ହୋଇଥିବା ଅଞ୍ଚଳ ଗୁଡ଼ିକ ମଧ୍ୟରେ ରହିଛି- ବେହେରାମାଲ, ସରବାହଲ, ବମ୍ବେଛକ, ଝଣ୍ଡାଛକ, ରେଳବାଇ କଲୋନୀ, କବରସ୍ତାନପଡ଼ା, ପିପିଲିମାଲ, ମାଲୁଆପଡ଼ା, ନକ୍ସାପାଲି, ଓ କୂଟରାଚୂଆଁ।

ଛତିଶଗଡ଼ରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମାବର୍ତ୍ତୀ ଅଞ୍ଚଳରେ ମାସ୍କ ଚେକିଂକୁ ଜୋରଦାର କରାଯାଇଛି।

ଚିଲଚିଲା ଗାଁ କଣ୍ଟେନ୍‌ମେଣ୍ଟ୍ ଜୋନ୍‌

୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍‌ ଅନ୍ତର୍ଗତ ଚିଲଚିଲା ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ଜି.ପି ହର୍ଷଦ। ଏହା ସହିତ ଏହି ଗାଁ ପାଖ ଥାନଟ ଗାଁକୁ ବଫର ଜୋନ୍ ଘୋଷଣା କରାଯାଇଛି।

କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା ହୋଇଥିବା ଯୋଗୁ ଲୋକମାନଙ୍କୁ ଘର ଭିତରେ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରଖିବାକୁ କୁହାଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ୍ ଭିତରେ ଆସୁଥିବା ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନ ଗୁଡ଼ିକୁ ବନ୍ଧ କରାଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ୍ ମଧ୍ୟରେ କୌଣସି ପ୍ରକାର ଚଳପ୍ରଚଳକୁ ବନ୍ଦ କରାଯାଇଛି।

ଅତ୍ୟନ୍ତ ଜରୁରୀ କ୍ଷେତ୍ରରେ, ଯେପରିକି ମେଡିକାଲ୍ କେସ୍‌ ଘଟଣାଗୁଡ଼ିକରେ କେବଳ କଣ୍ଟେଣ୍ଟମେଣ୍ଟ ଜୋନ୍ ବାହାରକୁ ଯିବାକୁ ଅନୁମତି ଦିଆଯାଇପାରିବ ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି। ସେହିପରି ବଫର ଜୋନ୍‌ରେ କେବଳ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଲୋକଙ୍କୁ ଯାତାୟାତ କରିବାକୁ ଅନୁମତି ଦିଆଯିବ। ତା’ସହିତ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି।

ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଆଦି ପହଞ୍ଚାଇବା କାର୍ଯ୍ୟ ସୁନିଶ୍ଚିତ କରିବାକୁ ଧର୍ମଗଡ଼ ବିଡିଓଙ୍କୁ ଦାୟିତ୍ୱ ଦିଆଯାଇଛି। କଳାହାଣ୍ଡି ସିଡିଏମ୍‌ଓ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଓ ବଫର ଜୋନ୍‌ରେ କଣ୍ଟାକ୍ଟ ଟ୍ରେସିଂ ଓ ଆକ୍ଟିଭ ସର୍ଭଲାନ୍ସ କାର୍ଯ୍ୟକୁ ସୁନିଶ୍ଚିତ କରିବେ। ୮ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣାକୁ ଜାରି କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ଦୁଇ ଦିନ ଧରି ଯଥାକ୍ରମେ ୪୬୧ ଓ ୪୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲିଠାରୁ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବ।

The post ଝାରସୁଗୁଡ଼ାର ୧୨ଟି ସ୍ଥାନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍, କଳାହାଣ୍ଡିର ଗୋଟିଏ ଗାଁ କଣ୍ଟେନମେଣ୍ଟ ଜୋନ୍ appeared first on Odisha Reporter.



from Odisha Reporter https://ift.tt/31JJVov

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages