ପୁରୀ (ଓଡ଼ିଶା ରିପୋର୍ଟର): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ। ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ପ୍ରତି ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ପ୍ରତି ରବିବାର ଶ୍ରୀମନ୍ଦିର ସାନିଟାଇଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିଯୋଗୁଁ ଏହି ଦିନ ଦର୍ଶନ ବନ୍ଦ ରହିବ।
ପୂର୍ବରୁ ଏନେଇ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ହୋଇଥିଲା। ରବିବାର ବ୍ୟତୀତ ସପ୍ତାହକୁ ଦୁଇଥର ରାତିରେ ଶ୍ରୀମନ୍ଦିର ପରିସରକୁ ସାନିଟାଇଜ କରାଯିବ। ଭକ୍ତଙ୍କ ଦର୍ଶନ ବନ୍ଦ ପରେ ରାତିରେ ସାନିଟାଇଜ କରାଯିବ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ସହିତ କଡ଼ାକଡ଼ି ଭାବେ କରୋନା ଗାଇଡଲାଇନ୍ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଏସଓପି ଅନୁଯାୟୀ, ରବିବାରକୁ ଛାଡ଼ି ଅନ୍ୟ ଦିନମାନଙ୍କରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ। ପ୍ରତିଦିନ ସକାଳ ୬ଟାରୁ ଦର୍ଶନ ଆରମ୍ଭ ହେବ। ସେହିପରି ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ କରୋନା କଟକଣା ମାନିବାକୁ ପଡିବ।
ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ ଥରହର ହୋଇପଡ଼ିଥିଲା ଶ୍ରୀକ୍ଷେତ୍ର। ଭକ୍ତଙ୍କ ପାଇଁ ବନ୍ଦ ହୋଇଯାଇଥିଲା ଶ୍ରୀମନ୍ଦିର। ପ୍ରାୟ ୯ମାସ ପରେ ଡିସେମ୍ବର ମାସରେ ଖୋଲିଥିଲା ଶ୍ରୀମନ୍ଦିର। ତା’ପରଠୁ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଏବେ ପୁନର୍ବାର କୋଭିଡ୍ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ପରେ ପୁଣି ଆରମ୍ଭ ହୋଇଛି କଟକଣା।
The post ଆଜି ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ appeared first on Odisha Reporter.
from Odisha Reporter https://ift.tt/3rNO5pZ
No comments:
Post a Comment