୪ ଏପ୍ରିଲ, ରବିବାର: ସତର୍କତା ଅବଲମ୍ବନ କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 3, 2021

୪ ଏପ୍ରିଲ, ରବିବାର: ସତର୍କତା ଅବଲମ୍ବନ କରନ୍ତୁ

ମେଷ: ନିଜର ତୀକ୍ଷ୍ଣ ବୁଦ୍ଧି ଓ କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ନୂତନ ସ୍ଥାନ ପରିଭ୍ରମଣର ସୁଯୋଗ ପାଇବେ। କର୍ମ କ୍ଷେତ୍ରରେ ଉଚ୍ଚ କତ୍ତୃପକ୍ଷଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ପ୍ରତିକାର- `ଘୃଣି ସୂର୍ଯ୍ୟାୟ ନମଃ’  ଏହି ମନ୍ତ୍ର ଜପ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।

ବୃଷ: ଶତୃମାନେ ପରାଜୟ ସ୍ୱୀକାର କରି ମିତ୍ରତାର ହାତ ବଢ଼ାଇବେ। ଶରୀର ସୁସ୍ଥ ରହିବ ଓ ଯାତ୍ରା ସଫଳ ହେବ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ ଓ ପ୍ରଶଂସାର ଅଧିକାରୀ ହେବେ। ପ୍ରତିକାର- ସାତ ଜଣ ଛୋଟ ପିଲାଙ୍କୁ ସାତଟି ଚକୋଲେଟ ବାଣ୍ଟନ୍ତୁ।

ମିଥୁନ: ବନ୍ଧୁବାନ୍ଧବଙ୍କ ସହ ଅଯଥା ଯୁକ୍ତିତର୍କ ମତପାର୍ଥକ୍ୟ ଦେଖାଦେଇପାରେ। କୌଣସି ଖାଦ୍ୟର ଅନିୟମିତତା ହେତୁ ସ୍ୱାସ୍ଥ୍ୟ ଖରାପ ହୋଇଯାଇପାରେ ତେଣୁ ସାବଧାନ ରୁହନ୍ତୁ। ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନ ଘାତ ପ୍ରତିଘାତ ଦେଖାଦେଇପାରେ। ପ୍ରତିକାର- ତୁଳସୀ ଚଉରା ମୂଳରେ ଜଳ ପ୍ରଦାନ କରନ୍ତୁ ଓ ତୁଳସୀ ମୂଳର ମାଟିକୁ ମଥାରେ ଲଗାନ୍ତୁ।

କର୍କଟ: ପାରିବାରିକ ମନୋମାଳିନ୍ୟ ଦୂରହୋଇ ସୁଖଶାନ୍ତି ଦେଖାଦେଖ। ନିଜ ଲୋକମାନଙ୍କ ପ୍ରେରଣା ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ମହିଳାମାନେ ପ୍ରଶଂସନୀୟ ହେବେ। ପ୍ରତିକାର- ଡାଳିମ୍ବ ଗଛ ମୂଳରେ କଞ୍ଚା କ୍ଷୀରରେ ଅରୁଆ ଚାଉଳ ମିଶାଇ ଢାଳନ୍ତୁ।

ସିଂହ: ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ ହୋଇଯିବ। ମାନ ସମ୍ମାନ ଓ ପ୍ରତିଷ୍ଠା ଲାଭ କରିବେ। ପ୍ରତିକାର- ରୁଟି ଓ ଗୁଡ ଗାଈକୁ ଖାଇବାକୁ ଦିଅନ୍ତୁ।

କନ୍ୟା: ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ। ଆକସ୍ମିକ ଦୁର୍ଘଟଣା ଘଟିପାରେ ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟ ବାଣିଜ୍ୟରେ ଦ୍ରବ୍ୟ ହାନୀ ବା ଚୋରି ହେବାର ସମ୍ଭାବନା ରହିଛି। ପ୍ରତିକାର- ୫ଟି ତ୍ରିଶାଖା ବେଲପତ୍ର ମହାଦେବଙ୍କୁ ଅର୍ପଣ କରନ୍ତୁ।

ତୁଳା: ପ୍ରତ୍ୟେକଟି କାର୍ଯ୍ୟରେ ସଫଳ ହେବେ ଓ ଉତ୍ତମ ଭୋଜନ ପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବା ସହ ସମସ୍ତ ଆଶା ଅଭିଳାଷା ପୂରଣ ହେବ। କର୍ମକ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇବାର ସୁଯୋଗ ରହିଛି। ପ୍ରତିକାର- ଶ୍ରୀଗଣେଶଙ୍କ ପାଖରେ ସାତଟି ବୁନ୍ଦିଲଡୁ ଭୋଗ ଲଗାନ୍ତୁ।

ବିଛା: ଗୁରୁଜନମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମହିଳାମାନେ ରାଜନୀତି କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ କରିବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରତିକାର- ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ସାତଟି ପେଡା ଭୋଗ କରନ୍ତୁ।

ଧନୁ: ନିର୍ମାଣଧୀନ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। ନୂତନ ଯାନବାହନ କିମ୍ବା ଭୂମି କ୍ରୟ କରିବାର ସୁଯୋଗ ରହିଛି। ମହିଳା ଓ ଛାତ୍ରଛାତ୍ରୀମାନେ ହସ ଖୁସିରେ ଦିନ କଟାଇବେ। ପ୍ରତିକାର- କଦଳୀ ଗଛ ମୂଳରେ ହଳଦୀ ମିଶ୍ରିତ ଜଳ ପ୍ରଦାନ କରନ୍ତୁ।

ମକର: ଦୁଃସାହସିକ ପଦକ୍ଷେପ ନେଇ କର୍ଯ୍ୟଟିକୁ ସମ୍ପାଦନ କରିବେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ସହାନୁଭୂତି ମିଳିବ। ଆର୍ଥିକ, ମାନସିକ, ଶାରୀରିକ ଅଭିବୃଦ୍ଧି ଘଟିବ। ପ୍ରତିକାର- ଅଶ୍ୱତଥ୍ ପତ୍ରଟିଏ ନିଜ ପାଖରେ ରଖନ୍ତୁ।

କୁମ୍ଭ: ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣରେ ଦୁଃଖିତ ହେବେ। ଜମିବାଡି ଜନିତ ସମସ୍ୟାକୁ ନେଇ କୋର୍ଟ କଚେରୀର ଦ୍ୱାରସ୍ଥ ହୋଇପାରନ୍ତି। କର୍ମକ୍ଷେତ୍ରରେ ଷଡଯନ୍ତ୍ରର ଶିକାର ହୋଇପାରନ୍ତି। ପ୍ରତିକାର- କୁଆକୁ ରୁଟି ଖାଇବାକୁ ଦିଅନ୍ତୁ।

ମୀନ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗି କ୍ଷତାକ୍ତ ହୋଇପାରେ ତେଣୁ ସାବଧାନ ହୋଇ କାମ କରନ୍ତୁ। ବୃଥା ଭ୍ରମଣ, ଧନହାନୀ ପ୍ରାଣପୀଡା ଦେଖାଦେଇପାରେ। ପ୍ରତ୍ୟେକଟି ଦିଗରେ ବାଦାନୁବାଦ ଦେଇ ଗତି କରିବାକୁ ପଡିବ। ପ୍ରତିକାର– ଗହମରେ ଗୁଡ ଗୋଳାଇ ଗାଈକୁ ଖାଇବାକୁ ଦିଅନ୍ତୁ।

The post ୪ ଏପ୍ରିଲ, ରବିବାର: ସତର୍କତା ଅବଲମ୍ବନ କରନ୍ତୁ appeared first on Odisha Reporter.



from Odisha Reporter https://ift.tt/39EUNs9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages