କୋଲକାତା/ଭୁବନେଶ୍ୱର: ବିଧାନସଭା ନିର୍ବାଚନ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ରହିଥିବା ବେଳ ଏବେ ଆସିଛି ଆଉ ଏକ ଦୁଃଖଦ ଖବର। ଏହି ଖବର କୌଣସି ହିଂସାକୁ ନେଇ ନୁହେଁ ବରଂ କୋଭିଡକୁ ନେଇ। ଆଜି ମୁର୍ଶିଦାବାଦର ସମଶେରଗଞ୍ଜ ବିଧାନସଭାର କଂଗ୍ରେସ ବିଧାୟକ ପ୍ରାର୍ଥୀ ରିଜୁଏଲ ହକଙ୍କର ବିୟୋଗ ହୋଇଛି। ସେ କରୋନାରେ ସଂକ୍ରମିତ ଥିଲେ ବୋଲି ଜଣାପଡ଼ିଛି। ଏହାକୁ ନେଇ ସମସ୍ତ ରାଜନୀତିକ ଦଳ ଶୋକ ପ୍ରକାଶ କରିଛନ୍ତି।
ନିକଟରେ ଏହି ନିର୍ବାଚନ ମଣ୍ଡଳରେ ବାମପନ୍ଥୀ ଏବଂ କଂଗ୍ରେସ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ। ବାମପନ୍ଥୀ ଦଳ ଏହି ଆସନ ପାଇଁ ମୋଦାସାର ହୁସେନଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ରିଜୁଏଲ ହକ।
ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ଆସନରେ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ବିୟୋଗ ହୋଇଛି। ଏହାକୁ ନେଇ ସମସ୍ତ ରାଜନୀତିକ ଦଳ ଶୋକ ପ୍ରକାଶ କରିଛନ୍ତି। ଏହି ଆସନ ପାଇଁ ଆସନ୍ତା ୨୬ରେ ମତଦାନ ହେବାର ଥିଲା।
ତେବେ ଜନପ୍ରତିନିଧି ଆଇନ-୧୯୫୨ର ଧାରା(୧) (ଗ) ଅନୁସାରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କର ଯଦି ଭୋଟଦାନ ପୂର୍ବରୁ ମୃତ୍ୟୁ ହୁଏ, ତା’ହେଲେ ରିଟର୍ଣ୍ଣିଂ ଅଫିସର ସମ୍ପୃକ୍ତ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବାର ତଥ୍ୟ ନେଇ ସନ୍ତୁଷ୍ଟ ହେଲେ ତତ୍କାଳ ଭୋଟଗ୍ରହଣକୁ ସ୍ଥଗିତ ରଖିବାକୁ ଘୋଷଣା କରିବେ। ତା’ପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବେ ଓ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ସମ୍ପର୍କରେ ରିପୋର୍ଟ ଦେବେ।
West Bengal: Congress candidate from Samsherganj in Murshidabad district, Rezaul Haque passed away at a hospital in Kolkata earlier this morning. He had tested positive for #COVID19.
— ANI (@ANI) April 15, 2021
ପରଲୋକରେ ପିପିଲି କଂଗ୍ରେସ ପ୍ରାର୍ଥୀ
ଗତକାଲି (ଏପ୍ରିଲ ୧୪) ସମାନ କାରଣ ପାଇଁ ପିପିଲିର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ ପ୍ରାଣ ହରାଇଛନ୍ତି। ଏପ୍ରିଲ ୭ରେ ମଙ୍ଗରାଜ ଡେଲାଙ୍ଗ ନିକଟରେ ପ୍ରଚାର କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ସେ କୋଭିଡରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଥିଲା। ଗୁରୁତର ଅବସ୍ଥାରେ ସେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି।
ଏବେ ଦୁଇ ଦିନରେ ଦୁଇ ଜଣ କଂଗ୍ରେସ ବିଧାୟକ ପ୍ରାର୍ଥୀ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଯାହାକି ନିର୍ବାଚନ ବେଳେ ଦଳକୁ ଶକ୍ତ ଝଟକା ଲାଗିଛି।
ସାନି ମତଦାନ ହେବ
ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ରାଜ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ ଲୋହାନୀ କହିଛନ୍ତି, “ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଦେହାନ୍ତ ସଂପର୍କରେ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ରିପୋର୍ଟ ଦେବେ। ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟକୁ ନିର୍ବାଚନ କମିଶନଙ୍କୁ ପଠାଯିବ। ସାନି ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ।”
The post କରୋନାରେ ଚାଲିଗଲେ ଆଉ ଜଣେ କଂଗ୍ରେସ ବିଧାୟକ ପ୍ରାର୍ଥୀ appeared first on Odisha Reporter.
from Odisha Reporter https://ift.tt/2QtmLjD
No comments:
Post a Comment