ଆଖଣ୍ଡଳମଣି ମନ୍ଦିରରେ ଆଜିଠୁ ଦର୍ଶନ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 14, 2021

ଆଖଣ୍ଡଳମଣି ମନ୍ଦିରରେ ଆଜିଠୁ ଦର୍ଶନ ବନ୍ଦ

ଭଦ୍ରକ (ଓଡ଼ିଶା ରିପୋର୍ଟର): ଆରଡି ଆଖଣ୍ଡଳମଣି ମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି। ୧୭ ତାରିଖ ସନ୍ଧ୍ୟା ୬ଟା ଯାଏଁ ଏହି ମନ୍ଦିରକୁ ଶ୍ରଦ୍ଧାଳୁମାନେ ଯାଇପାରିବେ ନାହିଁ। ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ପ୍ରଶାସନର ଏହି ନିଷ୍ପତ୍ତିକୁ ସେବାୟତମାନେ ବିରୋଧ କରିବା ସହ ମନ୍ଦିର ଆଗରେ ଧାରଣାରେ ବସିଛନ୍ତି।

ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲ କହିଛନ୍ତି, ଆଜି ଦିନ ୧୨ଟାରୁ ମନ୍ଦିର ନଯିବାକୁ ସାଧାରଣ ଲୋକଙ୍କୁ କୁହାଯାଇଛି। ୧୭ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ ସେବାୟତମାନେ କେବଳ ରୀତିନୀତି ଅନୁସାରେ ପୂଜା କରିପାରିବେ। ମନ୍ଦିର ଚାରିପାଖକୁ ସାନିଟାଇଜ୍ କରାଯିବା ସହ ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ଦ୍ରୁତଗତିରେ ବଢୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୯୮୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାରୁ ୩୪ ଜଣ ଅଛନ୍ତି। ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୩୮, କଳାହାଣ୍ଡିରୁ ୨୬୦, କଟକରୁ ୨୦୮, ନୂଆପଡ଼ାରୁ ୧୫୧, ସମ୍ବଲପୁରରୁ ୧୪୮, ବରଗଡ଼ରୁ ୧୨୬, ପୁରୀରୁ ୧୧୨ ଓ ବଲାଙ୍ଗିର ଜିଲ୍ଲାରୁ ୧୧୦ ଜଣ ଚିହ୍ନଟ ହୋଇଛନ୍ତି।

The post ଆଖଣ୍ଡଳମଣି ମନ୍ଦିରରେ ଆଜିଠୁ ଦର୍ଶନ ବନ୍ଦ appeared first on Odisha Reporter.



from Odisha Reporter https://ift.tt/3wVNaHQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages