ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । ଜଗାକୁ ଦର୍ଶନ କରିପାରିବେ ନାହିଁ ଭକ୍ତ। କରୋନାର କୋପକୁ ଦେଖି ମେ ୧୫ ତାରିଖ ଯାଏ ଏହି ନିୟମ ବଳବତ୍ତର ରହିବ । ଏହି ସମୟରେ କିନ୍ତୁ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଯଥାରୀତି ଚାଲିବ।
କରୋନାର ଦ୍ୱିତୀୟ ଲହରରେ ବହୁ ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ଆଗକୁ ଆହୁରି ସମସ୍ୟା ହୋଇପାରେ । ତେଣୁ ଶ୍ରୀଜିଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।
ସେପଟେ ଆସନ୍ତା ୧୫ ତାରିଖରୁ ଶ୍ରୀଜିଉଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ହେବା କଥା । ତାଙ୍କର ଚଳନ୍ତି ପ୍ରତିମା ଶ୍ରୀମନ୍ଦିରରୁ ଯାଇ ଚନ୍ଦନ ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ନା ଗତ ବର୍ଷ ପରି ଏଥର ମଧ୍ୟ ଶ୍ରୀମନ୍ଦିର ଭିତରେ ଚନ୍ଦନଯାତ୍ରା ହେବ, ସେ ସଂପର୍କରେ ଆସନ୍ତା ୬ ତାରିଖରେ ଏକ ବୈଠକ କରି ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। କରୋନା ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ରୋକ ଳଗାଇବାକୁ ପ୍ରସ୍ତାବ ଦେଇଥିଲେ ସେବାୟତ। ନିର୍ବିଘ୍ନ ନୀତିକାନ୍ତି ପାଇଁ ସେବାୟତ ସୁସ୍ଥ ରହିବା ଜରୁରୀ ଥିବାରୁ ଏପରି ପ୍ରସ୍ତାବ ଦିଆଯାଇଥିଲେ ସେବାୟତ। ଏହାକୁ ବିଚାର କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେ’ ୧୫ ଯାଏ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି।
ଅନ୍ୟପକ୍ଷରେ ଏହି ସମୟରେ ମଧ୍ୟରେ ରଥ ନିର୍ମାଣ ପ୍ରକ୍ରିୟା ସ୍ୱାଭାବିକ ଭାବେ ଚାଲୁ ରହିବ ବୋଲି କହିଛନ୍ତି ଶ୍ରୀ ମନ୍ଦିର ପ୍ରଶାସନ। ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ପରମ୍ପରା ଅନୁସାରେ ରଥ ନିର୍ମାଣ ପ୍ରକ୍ରିୟା ଚାଲୁ ରହିବ। ସେବାୟତଙ୍କ ପାଇଁ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ହେବ। ଚନ୍ଦନ, ସ୍ନାନ ଓ ରଥ ଯାତ୍ରା ପାଇଁ ପର୍ଯ୍ୟାନ୍ତ ମାସ୍କ ଓ ସାନିଟାଇଜର କିଣାଯିବ।
ସେବାୟତଙ୍କ କହିବାନୁଯାୟୀ, “ଶ୍ରୀମନ୍ଦିରକୁ ଭକ୍ତ ଶୂନ୍ୟ କରିପାରିଲେ ସମସ୍ତେ ସୁରକ୍ଷିତ ରହିପାରିବା। ଆଗକୁ ଚନ୍ଦନ ଯାତ୍ରା, ଅଖି ତୃତିୟା, ସ୍ନାନ ଯାତ୍ରା ପରେ ଆୟୋଜିତ ହେବ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ତେଣୁ ବର୍ତ୍ତମାନ ସଂକ୍ରମଣର ସ୍ପିଡକୁ ବ୍ରେକ କରା ନଗଲେ ଆଗକୁ ସ୍ଥିତି ଅସମ୍ଭାଳ ହେବ। ଏହାକୁ ବିଚାରକୁ ନେଇ ଏପରି ନିଷ୍ପତ୍ତି ନିଆଯାଇଛି।”
The post ଆଜିଠାରୁ ଭକ୍ତ ପାଇଁ ଜଗା ଦୁଆର ବନ୍ଦ appeared first on Odisha Reporter.
from Odisha Reporter https://ift.tt/3xmm7Wh
No comments:
Post a Comment