ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ଭିତରେ ସୁପ୍ରିମକୋର୍ଟର ୫୦ ପ୍ରତିଶତ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ହେଲେ କେତେ ଜଣ ସଂକ୍ରମିତ ହୋଇଛନ୍ତି ସେ ବାବଦରେ କୈଣସି ସୂଚନା ମିଳିନାହିଁ।
ଏବେ ବିଚାରପତି ଭିଡିଓ କନଫେରନସିଂ ଜରିଆରେ ନିଜ ଘରୁ ମାମଲା ଗୁଡ଼ିକର ଶୁଣାଣି କରିବେ। ଆଜି ମାମଲା ଗୁଡ଼ିକର ଶୁଣାଣି ଘଣ୍ଟାଏ ବିଳମ୍ୱ ହେବ ବୋଲି ଜଣାପଡ଼ିଛି। କାରଣ କୋର୍ଟ ରୁମ ଗୁଡ଼ିକୁ ସାନିଟାଇଜ କରାଯାଉଛି। ଏବେ ସମସ୍ତ କୋର୍ଟ ରୁମକୁ ସାଇନାଇଟିଜ କରାଯାଉଥିବା ସୂଚନା ରହିଛି।
ତେବେ ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ୧,୬୮,୯୧୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୯୦୪ ଜଣ ମୃତ୍ୟୁ ବରଣ କରିଛନ୍ତି। ଦେଶରେ ଏବେ ମୋଟ୍ ୧୨,୦୧,୦୦୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ମୋଟ୍ ୧,୭୦,୧୭୯ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି।
ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ୮୦ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଏବଂ କେରଳରୁ ମୋଟ୍ ୭୦.୮୨ ପ୍ରତିଶତ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
କରୋନାକୁ ନିୟନ୍ତ୍ରଣ କରିବା ପାଇଁ ମହାରାଷ୍ଟ୍ରରେ ଲକଡାଉନ୍ ହେବ ବୋଲି ଜଣାପଡ଼ିଛି। ହେଲେ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ୟାବିନେଟ ବୈଠକ କରିବେ। ଏହି ବୈଠକରେ କେତେ ଦିନ ଲକଡାଉନ ହେବ ସେ ନେଇ ନିଷ୍ପତ୍ତି ନିଆଯିବ। ରବିବାର ବସିଥିବା ବୈଠକରେ ଟାସ୍କ ଫୋର୍ସ କମିଟି ଲକଡାଉନ୍ ଛଡ଼ା ବିକଳ୍ପ ନାହିଁ ବୋଲି ପ୍ରସ୍ତାବ ଦେଇଛି। ବୈଠକରେ ୧୪ ଦିନିଆ ଲକଡାଉନ୍ ପାଇଁ ସମସ୍ତେ ପ୍ରସ୍ତାବ ଦେଇଥିବା ବେଳେ ଉଦ୍ଧବ ଠାକରେ ୮ ଦିନିଆ ଲକଡାଉନ୍ ପ୍ରସ୍ତାବ ଦେଇଛନ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ସୋମବାର ହେବାକୁ ଥିବା ବୈଠକରେ ନିଆଯିବ ବୋଲି ଜଣାପଡ଼ିଛି।
The post ସୁପ୍ରିମକୋର୍ଟର ୫୦% କର୍ମଚାରୀ କରୋନାରେ ସଂକ୍ରମିତ appeared first on Odisha Reporter.
from Odisha Reporter https://ift.tt/3wWpovt
No comments:
Post a Comment