ବ୍ରହ୍ମପୁର/ରାଉରକେଲା (ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହାମାରୀ କରୋନା କଡ଼ ଲେଉଟାଇଛି। ଗତ ୨୪ ଘଣ୍ଟାରେ ସମଗ୍ର ରାଜ୍ୟ ୧୭୪୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। କରୋନାର ଏପରି ରୂପ ଦେଖି ଆହୁରି ସତର୍କ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ସେଥିପାଇଁ ଜାରି କରିଛି ଗାଇଡ୍ଲାଇନ୍।
ଅତି ଜରୁରୀ ନଥିଲେ କୌଣସି ଜିଲ୍ଲାର କୌଣସି ସରକାରୀ କାର୍ଯ୍ୟାଳୟକୁ ନଆସିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ। ଆବଶ୍ୟକ ହେଲେ ସରକାରୀ କାର୍ଯ୍ୟ ପାଇଁ ମୋବାଇଲ୍ ନମ୍ୱର ୦୯୪୩୭୫୬୩୮୦୦ ରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି। ତା’ସହିତ ସରକାରୀ କାର୍ଯ୍ୟାଳୟକୁ ଗଲାବେଳେ କୋଭିଡ୍ ନିୟମକୁ ମାନିବାକୁ କୁହାଯାଇଛି।
ଅତି ଜରୁରୀ ନଥିଲେ କୌଣସି ସରକାରୀ କାର୍ଯ୍ୟାଳୟକୁ ଯାଆନ୍ତୁ ନାହିଁ
ସରକାରୀ କାର୍ଯ୍ୟାଳୟକୁ ଗଲେ କୋଭିଡ ନିୟମକୁ କଡାକଡି ପାଳନ କରନ୍ତୁ
ଆବଶ୍ୟକ ସ୍ଥଳେ ସରକାରୀ କାର୍ଯ୍ୟ ପାଇଁ ନିମ୍ନ ଲିଖିତ ନମ୍ବରରେ କଲ କରନ୍ତୁ
୦୯୪୩୭୫୬୩୮୦୦— Collector & District Magistrate, Ganjam (@Ganjam_Admin) April 11, 2021
ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ରହିଛି। ତଥାପି ରାଜ୍ୟରେ କରୋନାର ଉପର ମୁହାଁଦେଖି ଗଞ୍ଜାମ ପ୍ରଶାସନ ନିକଟରେ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଜାରି କରିଥିଲା। ବିନା ଶ୍ରଦ୍ଧାଳୁରେ ମାଆ ବୁଢ଼ୀଠାକୁରାଣୀଙ୍କ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲା। ସେପଟେ ଗୋପାଳପୁର ଓ ସୁନାପୁର ବେଳାଭୂମିକୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି। ଶନିବାର ଓ ରବିବାର ଦୁଇ ଦିନ ପାଇଁ ବେଳାଭୂମି ବନ୍ଦ ରହିବ। ସେହିପରି ସୋମବାର ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମଣ ରୋକିବା ଲାଗି ଗଞ୍ଜାମର ମା’ ତାରାତାରଣୀ ପୀଠକୁ ପ୍ରତି ବୁଧବାର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।
We request people not to visit government offices unless there is urgency. We have to be very careful about social distancing norms and ensure cooperation to avoid COVID infections. Please call/msg to 094375 63800 if any issues about work in Govt offices @CMO_Odisha @IPR_Odisha
— Collector & District Magistrate, Ganjam (@Ganjam_Admin) April 11, 2021
ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୨୨୧୭୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧୭୮୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୩୩ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ଗଞ୍ଜାମ ଜିଲ୍ଲା ପ୍ରଶାସନ ପରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ମଧ୍ୟ ସରକାରୀ ଅଫିସ ନଆସିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛି। ଆବଶ୍ୟକ ନଥିଲେ ଅଫିସ୍ ନଆସି ମେଲ୍ କିମ୍ବା ହେଲ୍ପ ଲାଇନ ନମ୍ବରରେ ଅଭିଯୋଗ ଜଣାଇବାକୁ ପରାମର୍ଶ ଦିଆଯାଇଛି। ସୁନ୍ଦରଗଡ଼ରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏପରି ପଦକ୍ଷେପ ନେଇଛି। ତିନି ଦିନ ହେଲାଣି ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ଏହି ଜିଲ୍ଲାରୁ ୨୬୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତା’ ପୂର୍ବରୁ ଏପ୍ରିଲ୍ ୧୦ ଓ ୯ରେ ଯଥାକ୍ରମେ ୩୧୭ ଓ ୩୫୫ ଜଣ ଚିହ୍ନଟ ହୋଇଥିଲେ।
The post ଅଫିସ୍ ଆସନି, ଫୋନ୍ କର; କାହା ପାଇଁ ଏହି ନିର୍ଦ୍ଦେଶ appeared first on Odisha Reporter.
from Odisha Reporter https://ift.tt/3a6m9aG
No comments:
Post a Comment