‘ଆଖି ପିଛୁଳାକେ ମାଡ଼ି ଚାଲିଛି ସଂକ୍ରମଣ, ହେଲେ …’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 3, 2021

‘ଆଖି ପିଛୁଳାକେ ମାଡ଼ି ଚାଲିଛି ସଂକ୍ରମଣ, ହେଲେ …’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ଦୈନିକ ପଜିଟିଭ ସଂଖ୍ୟା ୫୦୦ ପାଖାପାଖି ପହଞ୍ଚିଲାଣି। ବର୍ତ୍ତମାନ ଯେଉଁ ଷ୍ଟ୍ରେନ୍ ଆସିଛି, ତାହା କ୍ଷିପ୍ର ବେଗରେ ମାଡ଼ି ଚାଲୁଛି ବୋଲି ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ୨୮ ଲକ୍ଷ ୬୬ ହଜାର ୨୫୨ ଜଣ ଟିକା ନେଇ ସାରିଲେଣି। ଏବେ ଯେତିକି ଟିକା ଅଛି ଆଉ ୪ ଦିନ ଟିକାକରଣ କରିହେବ। ଟିକା ନେବା ପରେ କେତେ ଜଣ ସଂକ୍ରମିତ ହୋଇଛନ୍ତି, ସେନେଇ ସର୍ଭେ ହେବ।

ଛତିଶଗଡ଼ ସୀମରେ ଥିବା ହେତୁ ନୂଆପଡ଼ାରେ ସଂକ୍ରମଣ ହାର ଅଧିକ ରହୁଛି। ଏହାବ୍ୟତୀତ ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି।  ପ୍ରତିଦିନ ୨ ଲକ୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଛି। ଆଗକୁ ଟିକାକରଣ ଜାରି ରଖିବାକୁ ପ୍ରାୟ ୩୦ ଲକ୍ଷ ଟିକା ଯୋଗାଇ ଦେବାକୁ  କେନ୍ଦ୍ରକୁ ଚିଠି ଲେଖାଯାଇଛି।

ଏବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲେ ବି ଗୁରୁତର ତଥା ମୃତକଙ୍କ ସଂଖ୍ୟାରେ ବୃଦ୍ଧି ହେଉନି। ରାଜ୍ୟରେ ଲୋକଙ୍କ ଭିତରେ ଆଣ୍ଟିବଡି ଡେଭଲପ୍ ହୋଇଛି ବୋଲି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ହେଲେ ହସ୍ପିଟାଲକୁ ପ୍ରସ୍ତୁତ ରଖିବାକୁ ସବୁ ଜିଲ୍ଲାପାଳଙ୍କୁ କୁହାଯାଇଛି।

ଏବେ  ଟେଷ୍ଟିଂ, ଟ୍ରାକିଂ, ଟ୍ରେସିଂ ଚାଲିଛି। ଦରକାର ପଡ଼ିଲେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଉଛି। ହେଲେ ଲକ୍‌ଡାଉନ୍‌ ସ୍ଥିତି ଉପୁଜିନି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

The post ‘ଆଖି ପିଛୁଳାକେ ମାଡ଼ି ଚାଲିଛି ସଂକ୍ରମଣ, ହେଲେ …’ appeared first on Odisha Reporter.



from Odisha Reporter https://ift.tt/31KwlRU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages