ଲକ୍ଷ୍ନୌ: ଦେଖୁ ଦେଖୁ ମଝିରୁ ଛିଡି ଗଲା ଏକ୍ସପ୍ରେସ ଟ୍ରେନ୍। ଅଧାରାସ୍ତାରେ ହୋଇଗଲା ଦୁଇ ଖଣ୍ଡ । ଟ୍ରେନ୍ର ଗୋଟିଏ ଭାଗ ଟ୍ରାକରେ ଅଟକି ଯାଇଥିବା ବେଳେ ଆଉ ଏକ ଭାଗ ୧ କିମି ବାଟ ଗଡି ଆଗକୁ ଚାଲିଯାଇଛି। ଏଭଳି କିଛି ଘଟଣା ଘଟିଛି ସପ୍ତକ୍ରାନ୍ତି ଯାତ୍ରୀବାହୀ ଏକ୍ସପ୍ରେସ ଟ୍ରେନ୍ରେ।
ଉତ୍ତରପ୍ରଦେଶ ଲକ୍ଷ୍ନୌର କାକୋରି ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି। ସପ୍ତକ୍ରାପ୍ତି ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍ର କପଲିଙ୍ଗ ଛିଡିବା ଯୋଗୁଁ ଟ୍ରେନ୍ଟି ମଝିରୁ ଦୁଇ ଖଣ୍ଡ ହୋଇଯାଇଥିଲା। ଫଳରେ ଟ୍ରେନର ଅଧା ବଗି ଅଲଗା ହୋଇ ଆଗକୁ ପଳାଇଥିଲା । ଏବଂ ଆଉ ଅଧା ପଛରେ ରହିଯାଇଥିଲା। ଏହାଦେଖି ଯାତ୍ରୀମାନେ ଭୟଭିତ ହୋଇପଡିଥିଲେ। ଟ୍ରେନ୍ ଭିତରେ ହୋହଲ୍ଲା କରିଥିଲେ। ପରେ ଟ୍ରେନ୍ ଡ୍ରାଇଭର ଏନେଇ ରେଲୱେ କଣ୍ଟ୍ରୋଲ ରୁମ୍କୁ ସୂଚନା ଦେଇଥିଲେ ଏବଂ ଟ୍ରନ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ।
କିଛି ସମୟ ପରେ ଖବର ପାଇ ରେଲୱେ କଣ୍ଟ୍ରୋଲ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲା। ପରେ ଟ୍ରେନକୁ ପୁଣି ପଛକୁ ଅଣାଯାଇଥିଲା ଓ ଅଲଗା ହୋଇଯାଇଥିବା ବଗି ଗୁଡ଼ିକୁ ଯୋଡ଼ାଯାଇଥିଲା । ତେବେ ଘଟଣାରେ କେହି ମୃତାହତ ହୋଇନାହାଁନ୍ତି ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ସୂଚନା ଅନୁଯାୟୀ, ଆନନ୍ଦ ବିହାରରୁ ମୁଜାଫରପୁରକୁ ଯାଉଥିବା ସାପ୍ତକ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସ ରାତି ୧୦.୪୫ରେ ଲକ୍ଷ୍ନୌରେ ପହଞ୍ଚି ୧୦ ମିନିଟ ରହିବା ପରେ ବିହାରର ମୁଜାଫରପୁର ଯାଇଥାଏ। ତେବେ କାକେରୀ ଷ୍ଟେସନରେ ପହଞ୍ଚିବା ମାତ୍ରେ ଦୁଇ କୋଚକୁ ସଂଯୋଗ କରୁଥିବା କପଲିଂ ହଠାତ୍ ଖୋଲିଯାଇଥିଲା।
The post ଅଧାରାସ୍ତାରେ ଦୁଇ ଖଣ୍ଡ ହୋଇଗଲା ଏକ୍ସପ୍ରେସ୍ ଟ୍ରେନ୍ appeared first on Odisha Reporter.
from Odisha Reporter https://ift.tt/3rHPmyV
No comments:
Post a Comment