ଭାରତ ଗସ୍ତ ବାତିଲ କରିବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଉପରେ ବଢ଼ୁଛି ଚାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 18, 2021

ଭାରତ ଗସ୍ତ ବାତିଲ କରିବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଉପରେ ବଢ଼ୁଛି ଚାପ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୨୫ରେ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ତେବେ ଭାରତରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ଏହି ଗସ୍ତକୁ ବାତିଲ କରିବା ପାଇଁ ଜନସନଙ୍କ ଉପରେ ଚାପ ପଡ଼ିବା ଆରମ୍ଭ ହୋଇଛି।

କରୋନା ସଂକ୍ରମଣ ଭିତରେ କ’ଣ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କ ଭାରତ ପ୍ରତିପକ୍ଷଙ୍କ ସହ ଅନଲାଇନ୍‌ରେ ଦ୍ୱିପାକ୍ଷିକ ଆଲୋଚନା କରିପାରିବେ ନାହିଁ ବୋଲି ବିରୋଧୀ ଲେବର ପାର୍ଟି ପକ୍ଷରୁ ପ୍ରଶ୍ନ କରାଯାଇଛି।

ଲେବର ପାର୍ଟି ପକ୍ଷରୁ କୁହାଯାଇଛି ଯେ “ଲୋକଙ୍କୁ ଅଯଥା ବିଦେଶ ଯାତ୍ରା କରିବାକୁ ସରକାର ମନା କରୁଛନ୍ତି। ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ କେମିତି ନିଜେ ଭାରତ ଗସ୍ତ କରିବେ? କାହିଁକି ସେ ଭାରତ ସରକାରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଜୁମ୍‌ ଜରିଆରେ କରୁନାହାନ୍ତି? ବର୍ତ୍ତମାନ ସମୟରେ ଆମେ ଅଧିକାଂଶ ଲୋକ ଏପରି କରୁଛୁ। ଆମେ ଭାବୁଛୁ ପ୍ରଧାନମନ୍ତ୍ରୀ ଜୁମ୍‌ର ବ୍ୟବହାର କରି ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବେ। ସେ ଭାରତ ଯିବା ଅପେକ୍ଷା ଏହିଠାରେ ହିଁ ସବୁ ପ୍ରକାରର ଆଲୋଚନା ଭିଡିଓ କନଫରେନ୍ସରେ କରନ୍ତୁ।”

ଲେବର ପାର୍ଟି ସହ ଦେଶର ଅନେକ ବୁଦ୍ଧିଜୀବୀ ମଧ୍ୟ ସମାନ କଥା କହିଛନ୍ତି। ସେମାନେ ଜନସନ ଭାରତ ଗସ୍ତ ନ କରନ୍ତୁ ବୋଲି ମତ ଦେଇଛନ୍ତି। ଜନସନ୍‌ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ କେବେ ହେଲେ ଭାରତ ଗସ୍ତରେ ଆସିନାହାନ୍ତି। ଚଳିତ ବର୍ଷ ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାର ଥିଲା।

ହେଲେ କାରୋନାର ନୂଆ ଷ୍ଟ୍ରେନ ବ୍ରିଟେନ୍‌ରେ ବେକାବୁ ହେଉଥିବାରୁ ସେ ନିଜର ଗସ୍ତକୁ ସ୍ଥଗିତ ରଖିଥିଲେ। ଏବେ ବ୍ରିଟେନ ସ୍ଥିତିରେ ସୁଧାର ଆସିଥିବାରୁ ଜନସନ ଏପ୍ରିଲ ୨୫ରେ ଭାରତ ଆସିବାର ରହିଛି। ଏହି ସମୟରେ ଉଭୟ ଦେଶ ମଧ୍ୟରେ ଅନେକ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

The post ଭାରତ ଗସ୍ତ ବାତିଲ କରିବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଉପରେ ବଢ଼ୁଛି ଚାପ appeared first on Odisha Reporter.



from Odisha Reporter https://ift.tt/32sm0uc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages