ରାଜ୍ୟରେ ରେକର୍ଡ ଭାଙ୍ଗିଲା ଦୈନିକ କରୋନା ସଂକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 18, 2021

ରାଜ୍ୟରେ ରେକର୍ଡ ଭାଙ୍ଗିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୪୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହେବା ଦିନ ଠାରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ କେବେ ଚିହ୍ନଟ ହୋଇ ନଥିଲେ।

ଶେଷଥର ପାଇଁ ଗତ ବର୍ଷ ସେପ୍ଟେମ୍ବର ମାସ ୨୫ ତାରିଖରେ ସର୍ବାଧିକ ୪,୩୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହି ମାସରେ ମୋଟ ୧୨ ଦିନ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ହଜାର ଉପରେ ରହିଥିଲା।

ସେପ୍ଟେମ୍ବର ୧୩ ତାରିଖରେ ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ହଜାର ଡେଇଁଥିଲା। ଏହି ଦିନ ୪୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ୧୫ରେ ୪୨୭୦, ୪୨୪୧, ୧୭ରେ ୪୧୮୦, ୧୮ରେ ୪୨୦୯, ୧୯ରେ ୪୩୩୦, ୨୦ରେ ୪୨୪୨, ୨୧ରେ ୪୧୪୮, ୨୨ରେ ୪୨୩୭, ୨୩ରେ ୪୩୪୦ ଓ ସେପ୍ଟେମ୍ବର ୨୪ରେ ୪୨୦୮ ଜଣ ଚିହ୍ନଟ ହୋଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ୭୦୦ରୁ ଅଧିକ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୪୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୮୭୧ଟି ହେଉଛି ଲୋକାଲ୍ କେସ୍‌।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୮୭, ନୂଆପଡ଼ାରୁ ୪୩୭, କଳାହାଣ୍ଡିରୁ ୨୭୩, କଟକରୁ ୨୫୧, ସମ୍ବଲପୁରରୁ ୨୪୧, ଝାରସୁଗୁଡ଼ାରୁ ୨୩୧ ଓ ପୁରୀରୁ ୨୧୯ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୮୭ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୨୩, ବରଗଡ଼ରୁ ୧୭୮, ଭଦ୍ରକରୁ ୪୩, ବଲାଙ୍ଗିରରୁ ୧୬୮, ବୌଦ୍ଧରୁ ୨୧, ଦେବଗଡ଼ରୁ ୩୫, ଢେଙ୍କାନାଳରୁ ୨୦, ଗଜପତିରୁ ୧୦, ଗଞ୍ଜାମରୁ ୬୨, ଜଗତସିଂହପୁରରୁ ୩୩, ଯାଜପୁରରୁ ୫୮, କନ୍ଧମାଳରୁ ୨୯, କେନ୍ଦ୍ରାପଡ଼ାରୁ ୩୫, କେନ୍ଦୁଝରରୁ ୭୫, କୋରାପୁଟରୁ ୨୧, ମାଲକାନଗିରିରୁ ୯, ମୟୂରଭଞ୍ଜରୁ ୧୦୦, ନବରଙ୍ଗପୁରରୁ ୧୨୭, ନୟାଗଡ଼ରୁ ୫୦, ରାୟଗଡ଼ାରୁ ୫୩ ଓ ସୋନପୁର ଜିଲ୍ଲାରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୧୨୫ ଜଣ ଚିହ୍ନଟ ହୋଇଛନ୍ତି।

୪୪୪୫ଟି ନୂଆ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨,୭୦୩ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୪୬,୧୩୪ ଜଣ ସୁସ୍ଥ ହୋଇସାରିଛନ୍ତି। ୨୪,୫୬୮ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୪ ଜଣଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୪୮ରେ ପହଞ୍ଚିଯାଇଛି।

ଅନ୍ୟପକ୍ଷରେ ଆଜି ମହାମାରୀ କରୋନା ଦେଶରେ ବି ସବୁ ରେକର୍ଡ ଭାଙ୍ଗି ଦେଇଛି। ଦିନକରେ ରେକର୍ଡ ୨,୭୩, ୮୧୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ସହିତ କ୍ରମାଗତ ୪ର୍ଥ ଦିନ ପାଇଁ ଦେଶରେ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

The post ରାଜ୍ୟରେ ରେକର୍ଡ ଭାଙ୍ଗିଲା ଦୈନିକ କରୋନା ସଂକ୍ରମଣ appeared first on Odisha Reporter.



from Odisha Reporter https://ift.tt/3glhzcF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages