କରୋନାର ତୃତୀୟ ଲହର ଦେଖି ଲକଡାଉନ୍ ହେଲା ଏହି ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 1, 2021

କରୋନାର ତୃତୀୟ ଲହର ଦେଖି ଲକଡାଉନ୍ ହେଲା ଏହି ଦେଶ

ପ୍ୟାରିସ: ଫ୍ରାନ୍ସରେ କରୋନାର ତୃତୀୟ ଲହର ଦେଖିବାକୁ ମିଳିଛି। ଆଉ ସ୍ଥିତି ବେକାବୁ ହେଉଥିବା ଦେଖି ଫ୍ରାନ୍ସକୁ ଲକଡାଉନ୍ କରାଯାଇଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହି ଲକଡାଉନ ଘୋଷଣା କରିଛନ୍ତି। ଆଉ ବୁଧବାର ସାରା ଦେଶ ଲକଡାଉନ କରିବା ପାଇଁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି।

ତିନି ସପ୍ତାହ ପାଇଁ ସ୍କୁଲ୍ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ଇମାନୁଏଲ ମାକ୍ରୋନ ନିର୍ଦ୍ଦେଶ ଦେଇଛନ୍ତି। ନହେଲେ ଏହାର ପ୍ରଭାବ ଆଗାମୀ ଦିନରେ ହସ୍ପିଟାଲ ଉପରେ ପଡ଼ିବ ବୋଲି ସେ କହିଛନ୍ତି। ଯଦି ଏବେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଯିବ ତାହେଲେ ଆଗାମୀ ଦିନରେ ସ୍ଥିତି ଅସମ୍ଭାଳ ହେବ ବୋଲି ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଛନ୍ତି।

ଫ୍ରାନ୍ସରେ ମୋଟ୍ ୪୬.୪୬ ଲକ୍ଷ କରୋନାରେ ସଂକ୍ରମିତ ହୋଇଛନ୍ତି। ୯୫,୫୦୨ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ଆଇସିୟୁରେ ୫,୦୦୦ ଚିକିତ୍ସାଧୀନ ରହିଛନ୍ତି। ବ୍ରିଟେନରୁ ନୂଆ ଷ୍ଟ୍ରେନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ବୋଲି କୁହାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୩୧ରେ ଗୋଟିଏ ଦିନରେ ୨୯,୫୭୫ ଜଣ ସଂକ୍ରମିତ ହୋଇଛନ୍ତି। ଏହାପୂର୍ବରୁ ମାର୍ଚ୍ଚ ୨୮ରେ ୪୧,୬୮୨ ଜଣ କରୋନାରେ ସଂକ୍ରମିତ ହୋଇଥିଲେ। ସେହିପରି ମାର୍ଚ୍ଚ ୨୯ରେ ୩୭,୦୧୪ ଜଣ ସଂକ୍ରମିତ ହୋଇଥିଲେ। ଅର୍ଥାତ୍ ପ୍ରତିଦିନ ଫ୍ରାନ୍ସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି।

ରାଷ୍ଟ୍ରପତି ମାକ୍ରୋନ୍ କହିଛନ୍ତି ଯେ ଲକଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲିବ। ଅଫିସ କାମ ଘରୁ ରହି କରିବାକୁ ହେବ। ସାର୍ବଜନୀନ କ୍ଷେତ୍ରରେ ଲୋକଙ୍କୁ ଏକାଠି ହେବାକୁ ନିଷେଧ କରାଯାଇଛି। ବିନା କାରଣରେ ଘରୁ ନବାହାରିବା ପାଇଁ ଫ୍ରାନ୍ସ ସରକାର କହିଛନ୍ତି।

ତେବେ ଲକଡାଉନ ସହିତ ଦେଶରେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ରାଷ୍ଟ୍ରପତି ମାକ୍ରୋନ କହିଛନ୍ତି ଯେ କରୋନା ଟିକାକରଣ ଏବଂ ଭାଇରସ ମଧ୍ୟରେ ଏକ ରେସ୍ ଆରମ୍ଭ ହୋଇଯାଇଛି। ଏପ୍ରିଲ ଶେଷ ସୁଦ୍ଧା ବିଭିନ୍ନ ପଦକ୍ଷେପ ନେଇ କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ହେବ ବୋଲି ସେ କହିଛନ୍ତି। ଏହି ସମୟରେ ସରକାର ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ ଏବଂ ଗ୍ରୀଷ୍ମ ଶେଷ ସୁଦ୍ଧା ସରକାର ୧୮ ବର୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦେବେ।

The post କରୋନାର ତୃତୀୟ ଲହର ଦେଖି ଲକଡାଉନ୍ ହେଲା ଏହି ଦେଶ appeared first on Odisha Reporter.



from Odisha Reporter https://ift.tt/3dpcltl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages