ଓଟିଇଟି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 1, 2021

ଓଟିଇଟି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି

କଟକ:  ଏପ୍ରିଲ ୯ ତାରିଖରେ ହେବ ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷା। ଏଥିପାଇଁ ଆଡମିଟ୍ କାର୍ଡ ଜାରି କରିଛି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ବିଏସଇ)। ଆଜି ସକାଳ ୧୦ଟାରୁ Board Of Secondary Education, Odisha (bseodisha.ac.in)ରେ ଆଡମିଟ୍‌ କାର୍ଡ ଉପଲବ୍ଧ‌ ହେଉଛି। ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀ ସଂପୃକ୍ତ ଓ୍ୱେବସାଇଟକୁ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ। ମୋଟ୍ ୪୯୧ଟି ପରୀକ୍ଷା କେନ୍ଦ୍ରରେ ଏହି ଓଟିଇଟି ପରୀକ୍ଷା ହେବ।

କରୋନା ମହାମାରୀ ଭିତରେ ଏହି ପରୀକ୍ଷା ଅଫ୍ ଲାଇନ ମୋଡରେ ହେବ। ଅର୍ଥାତ୍ ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏହି ସମୟରେ ସାମାଜିକ ଦୂରତା ଅବଲମ୍ୱନ ହେବ। ପରୀକ୍ଷାର୍ଥୀ ସାନିଟାଇଜର ଏବଂ ମାସ୍କ ପିନ୍ଧି ପରୀକ୍ଷା ଦେବାକୁ ଆସିବେ।

ମୋଟ୍ ଦୁଇଟି ପେପରରେ ପରୀକ୍ଷା ହେବ। ଦୁଇଟି ଯାକ ପେପର ଗୋଟିଏ ଦିନରେ ହେବ। ପ୍ରଥମ ପେପର ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟା ୩୦ରେ ଶେଷ ହେବ। ଦ୍ୱିତୀୟ ପେପର ପରୀକ୍ଷା ୧୨ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୩୦ରେ ଶେଷ ହେବ।

ମୋଟ୍‌ ୧ ଲକ୍ଷ ୨୫ ହଜାର ୮୮୦ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ ବୋଲି ସୂଚନା ରହିଛି। ପ୍ରଥମ ପେପର ପାଇଁ ୭୨ ହଜାର ୪୭୭ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଦ୍ୱିତୀୟ ପେପର ପାଇଁ ୫୩ ହଜାର ୪୦୩ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

The post ଓଟିଇଟି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି appeared first on Odisha Reporter.



from Odisha Reporter https://ift.tt/3u8Lh8v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages