ପରଲୋକରେ ବଲିଉଡ ଅଭିନେତା ଅମିତ ମିସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 23, 2021

ପରଲୋକରେ ବଲିଉଡ ଅଭିନେତା ଅମିତ ମିସ୍ତ୍ରୀ

ମୁମ୍ୱାଇ: ପରଲୋକରେ ବଲିଉଡ ଅଭିନେତା ଅମିତ ମିସ୍ତ୍ରୀ। ବଲିଉଡର ୟମଲା ପଗଲା ଦୀଓ୍ୱାନା, ଏ ଜେଣ୍ଟେଲମ୍ୟାନ ଏବଂ ଅନେକ ଓ୍ୱେବ ସରିଜରେ ଅଭିନୟ କରଥିବା ଏହି ଅଭିନେତା ହୃଦଘାତରେ ସବୁଦିନ ପାଇଁ ଆଖି ବୁଜିଛନ୍ତି। ଅମିତ ମିସ୍ତ୍ରୀ ମୁଖ୍ୟତଃ ଗୁଜରାଟ ସିନେ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା।

ଲୋକପ୍ରିୟ ୱେବ୍ ସିରିଜ୍ ବନ୍ଦିଶ ବନ୍ଦିତସ (Bandish Bandits)ଅଭିନୟ ପାଇଁ ସେ ଚର୍ଚ୍ଚାରେ ଥିଲେ। ଅମିତ ମିସ୍ତ୍ରୀ କ୍ୟାୟା କେହନା, ଏକ ଚାଲିସ୍ କି ଆଖରି ଲୋକାଲ୍, 99, ଶୋର ଇନ୍ ଦ ସିଟି, ୟାମଲା ପାଗଲା ଦୀୱାନା, ଓ୍ୱେ ୟାର୍, ଏ ଜେଣ୍ଟେଲମ୍ୟାନ ଏବଂ ୱେବ୍ ସିରିଜ୍ ବନ୍ଦିଶ ବନ୍ଦିତସରେ ଅଭିନୟ କରିଥିଲେ ଲୋକଙ୍କ ନଜରକୁ ଆସିଥିଲେ।ସେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ଫିଲ୍ମ ‘ଏ ଜେଣ୍ଟଲମ୍ୟାନ୍’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ।

ଅମିତଙ୍କ ବିୟୋଗରେ ଅନେକ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି। ବଲିଉଡ ଅଭିନେତ୍ରୀ ଟିସ୍କା ଚୋପ୍ରା ଟ୍ୱିଟ କରି ଶୋକ ପ୍ରକାଶ କରିବା ସହିତ ଅମିତଙ୍କ ବାବଦରେ ଉଲ୍ଲେଖ କରିଛନ୍ତି। ଅମିତ ଜଣେ ଭଲ ମଣିଷ ଥିଲେ, ସବୁବେଳେ ଶାନ୍ତ (କୁଲ) ରହୁଥିଲେ ବୋଲି ସେ କହିଛନ୍ତି।

ଅଭିନେତା ଅମିତ ବ୍ୟାଣ୍ଡିସ୍ ବେଣ୍ଡିଟ୍ସ ୱେବ୍ ସିରିଜରେ ଦେବେନ୍ଦ୍ର ରାଠୋଡ ଭୂମିକାରେ ଅଭିନୟ କରୁଥିଲେ। ଅମିତ ନାସିରୁଦ୍ଦିନ ଶାହାଙ୍କ ପୁଅ ଭୂମିକାରେ ଥିଲେ। ଅମିତ ଟିଭି ଶୋ’ରେ ମଧ୍ୟ କାମ କରିଥିଲେ।

The post ପରଲୋକରେ ବଲିଉଡ ଅଭିନେତା ଅମିତ ମିସ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/2QQnCLA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages