ଶନିବାର ଓ ରବିବାର ଶଟ୍‌ଡାଉନ୍‌, ଘଣ୍ଟାଏ କୋହଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 23, 2021

ଶନିବାର ଓ ରବିବାର ଶଟ୍‌ଡାଉନ୍‌, ଘଣ୍ଟାଏ କୋହଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଆରମ୍ଭ ହେଉଛି। ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଥିବା ବେଳେ ଆଜି ଏଥିରେ ସାମାନ୍ୟ କୋହଳ କରାଯାଇଛି।

ଉଭୟ ଶନିବାର ଓ ରବିବାର ଶଟ୍‌ଡାଉନ୍ ହେବାକୁ ଥିବା ବେଳେ ଏହି ଦିନ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ନିୟମରେ କୋହଳ କରାଯାଇଛି। ଅର୍ଥାତ୍ ଏହି ସମୟ ମଧ୍ୟରେ ଲୋକେ ମର୍ଣ୍ଣିଂ ୱାକ୍‌ ଓ ସାଇକ୍ଲିଂ କରିବାକୁ ବାହାରକୁ ଆସିପାରିବେ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।

ଏସ୍‌ଆର୍‌ସି କହିଛନ୍ତି, ଆଜି ରାତିର ନାଇଟ୍‌ କର୍ଫ୍ୟୁ ଶେଷ ହେବା ପରେ କାଲି ସକାଳୁ ସପ୍ତାହାନ୍ତ ଶଟ୍‌ଡାଉନ୍ ଆରମ୍ଭ ହୋଇଯିବ। ଏହି ଶଟ୍‌ଡାଉନ୍‌ ସୋମବାର ସକାଳ ପର୍ଯ୍ୟନ୍ତ ରହିବ।

ସେ ଆହୁରି କହିଛନ୍ତି, ଯେଉଁମାନେ ପଶ୍ଚିମବଙ୍ଗରୁ ଫେରୁଛନ୍ତି ବା ଯାଇ ଆସୁଛନ୍ତି ସେମାନେ କ୍ୱାରେଣ୍ଟାଇନ୍‌ରେ ରହିବେ। ଯେଉଁମାନଙ୍କର ନେଗେଟିଭ୍ ରିପୋର୍ଟ ଥିବ ବା ୨ ଡୋଜ୍ ଟିକା ନେଇଥିବେ, ସେମାନେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବେ। ସେହିପରି ଯେଉଁମାନଙ୍କର ରିପୋର୍ଟ ନଥିବା ବା ଯେଉଁମାନେ ଟିକା ନେଇ ନଥିବେ, ସେମାନେ ଇନ୍‌ଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟାଇନ୍‌ରେ ରହିବେ। ଆଉ ଯେଉଁମାନେ ହୋମ୍‌ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିବେ, ସେମାନଙ୍କୁ ଇନ୍‌ଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟାଇନ୍‌ରେ ରଖାଯିବ ବୋଲି ଏସ୍‌ଆର୍‌ସି କହିଛନ୍ତି।

The post ଶନିବାର ଓ ରବିବାର ଶଟ୍‌ଡାଉନ୍‌, ଘଣ୍ଟାଏ କୋହଳ appeared first on Odisha Reporter.



from Odisha Reporter https://ift.tt/2S1ENut

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages