ଏନଡିଏକୁ ଝଟକା, ମେଣ୍ଟରୁ ଓହରିଲା ଜିଏଫପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 13, 2021

ଏନଡିଏକୁ ଝଟକା, ମେଣ୍ଟରୁ ଓହରିଲା ଜିଏଫପି

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ଶକ୍ତ ଝଟକା। ମେଣ୍ଟରୁ ଓହରିଲା ଗୋଆ ଫରଓ୍ୱାର୍ଡ ପାର୍ଟି (ଜିଏଫପି)। କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଶୀର୍ଷ ନେତା ଅମିତ ଶାହଙ୍କୁ ଚିଠି ଲେଖି ଏହି ସୂଚନା ଦେଇଛନ୍ତି ଜିଏଫପିର ସଭାପତି ବିଜୟୀ ସରଦେସାଇ।

ଜୁଲାଇ ୨୦୧୯ ପାଖରୁ ବିଜେପି ସହିତ ଜିଏଫପି ପାର୍ଟିର ସମ୍ପର୍କ ଶେଷ ହୋଇଯାଇଥିଲା। ହେଲେ ଏନଡିଏ ମେଣ୍ଟରୁ ଓହରିନଥିଲା। ଗଣତାନ୍ତ୍ରିକ ପ୍ରତିବଦ୍ଧତା ଏବଂ ଗୋଆ ଲୋକଙ୍କ ଇଚ୍ଛା ଅନୁଯାୟୀ ଏବେ ଜିଏଫପି ଏନଡିଏରୁ ଓହରିବାକୁ ନିଷ୍ପତ୍ତି ନେଇଛି ବୋଲି ବିଜୟୀ ସରଦେସାଇ ଅମିତ ଶାହଙ୍କୁ ଲେଖିଖିବା ଚିଠିରେ ଲେଖିଛନ୍ତି।

ଦିବଂଗତ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ପରେ ଗୋଆର ୧୩ ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପ୍ରମୋଦ ସାୱନ୍ତ। ତାଙ୍କ ସରକାରରେ ବ୍ୟାପକ ଦୁର୍ନୀତି ବଢ଼ିଥିବା ସରଦେଶାଇ ଅଭିଯୋଗ କରିଛନ୍ତି। ଗୋଆରେ ବେକାରୀ ବୃଦ୍ଧିରେ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ରାଜ୍ୟର ବେକାର ଯୁବକଙ୍କୁ ସରକାର ସହଯୋଗ କରୁନାହାନ୍ତି। ଅନେକ ଜୀବିକା ହରାଉଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବା ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ଗୋଆରେ ବିଜେପି ସରକାର କୋଇଲା ଗୁଡ଼ିକୁ ଘରୋଇ କମ୍ପାନୀକୁ ହସ୍ତାନ୍ତର କରୁଛି। ଏହା ବିପର୍ଯ୍ୟୟ ବୋଲି ବିଜୟୀ ସରଦେସାଇ କହିଛନ୍ତି। ଯାହାକି ତାଙ୍କ ଦଳର ଆଭିମୁଖ୍ୟ ପାଇଁ କୁଠାରଘାତ ବୋଲି ଦର୍ଶାଇ ମେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

ଗୋଆରେ ମୋଟ୍ ୪୦ଟି ବିଧାନସଭା ଆସନ ରହିଛି। ବିଜେପି ପାଖରେ ୨୭ଟି ଆସନ ରହିଥିବା ବେଳେ କଂଗ୍ରେସ ପାଖରେ ୫ଟି, ଗୋଆ ଫରଓ୍ୱାର୍ଡ ପାର୍ଟି ପାଖରେ ୩ଟି, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ପାଖରେ ଗୋଟିଏ ଓ ଏନସିପି ପାଖରେ ଗୋଟିଏ ଆସନ ରହିଥିବା ବେଳେ ୩ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି। ଗୋଆରେ ସରକାର ଗଢ଼ିବା ପାଇଁ ହେଲେ ୨୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଯାହାକି ବିଜେପି ପାଖରେ ରହିଛି। ରାଜ୍ୟରେ ବିଜେପିକୁ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ କରୁଥିବାରୁ ଶାସକ ଦଳ ପାଖରେ ୨୮ ବିଧାୟକଙ୍କ ସମର୍ଥନ ରହିଛି।

The post ଏନଡିଏକୁ ଝଟକା, ମେଣ୍ଟରୁ ଓହରିଲା ଜିଏଫପି appeared first on Odisha Reporter.



from Odisha Reporter https://ift.tt/3e4k1kY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages