ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିବା ପରେ ସରକାର ନବମ ଓ ଏକାଦଶ ଶ୍ରେଣୀ ପିଲାମାନଙ୍କୁ ସ୍କୁଲ୍ ଯିବାକୁ ମନା କରି ଦେଇଛନ୍ତି। ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ସ୍କୁଲ୍ ନଯିବାକୁ କୁହାଯାଇଛି। ତେବେ ଏ ବର୍ଷ ସେମାନଙ୍କର ପରୀକ୍ଷା ହେବ ନା ନାହିଁ, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।
ଏ ସଂପର୍କରେ ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସରକାର ଚାହୁଁଛନ୍ତି ନବମ ଶ୍ରେଣୀ ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷା ଦିଅନ୍ତୁ। ଯଦିଓ ପୂରା କୋର୍ସ ସରିନାହିଁ, ତଥାପି ସରକାର ପରୀକ୍ଷା କରିବାକୁ ଚାହୁଁଛନ୍ତି। କିନ୍ତୁ ୩୦ ତାରିଖ ପରେ ସ୍ଥିତିକୁ ଦେଖି ଏବାବଦରେ ନିଷ୍ପତ୍ତି ନିଆଯିବ।
ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ଏପ୍ରିଲ୍ ୮ ତାରିଖରୁ ଆଉ ସ୍କୁଲ୍ ନଯିବାକୁ ତା’ପୂର୍ବଦିନ ଅର୍ଥାତ୍ ୭ ତାରିଖରେ ନିର୍ଦ୍ଦେଶ ଆସିଥିଲା। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ପାଇଁ ଏହି ନିର୍ଦ୍ଦେଶନାମା ଉଦ୍ଦିଷ୍ଟ ଥିଲା। ତା’ସହିତ ହଷ୍ଟେଲ ଛାଡ଼ିବାକୁ କୁହାଯାଇଥିଲା। ତେବେ ସ୍କୁଲ୍ କର୍ତ୍ତୃପକ୍ଷ ଚାହିଁଲେ ଅନ୍ଲାଇନ୍ରେ କ୍ଲାସ୍ କରିପାରିବେ ବୋଲି କୁହାଯାଇଥିଲା।
ସୂଚନାଯୋଗ୍ୟ, ଦୁଇ ଦିନ ତଳେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ ସ୍କୁଲ୍ ଓ ଗଣ ଶିକ୍ଷାମନ୍ତ୍ରୀ। ସେ କହିଥିଲେ, ମାଟ୍ରିକ ଓ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛତ୍ରୀଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ। ଏହି ଦୁଇ ଶ୍ରେଣୀର ପରୀକ୍ଷା ହେବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। ପରୀକ୍ଷା ପାଇଁ ଅଧିକ କେନ୍ଦ୍ର କରାଯିବ।
The post ନବମ ଶ୍ରେଣୀ ପରୀକ୍ଷା ହେବ ନା ନାହିଁ? ପଢ଼ନ୍ତୁ କ’ଣ କହିଛନ୍ତି ମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3wLKFI1
No comments:
Post a Comment