ଟିକାକରଣ ଉପରୁ ବୟସ କଟକଣା ହଟାଯାଉ, ନିବେଦନ କଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 11, 2021

ଟିକାକରଣ ଉପରୁ ବୟସ କଟକଣା ହଟାଯାଉ, ନିବେଦନ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଲଗାତର ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦିନକରେ ଲକ୍ଷେ ଉପରେ ଚିହ୍ନଟ ହେଉଛି କରୋନା ଆକ୍ରାନ୍ତ। ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୫ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚିନ୍ତା ପ୍ରକାଶ କରିଛନ୍ତି। ଟିକାକରଣ ଉପରୁ ବୟସ କଟକଣା ହଟାଇ ଦିଆଯାଉ ବୋଲି ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

ଦିଲ୍ଲୀରେ ଏବେ କରୋନାର ଚତୁର୍ଥ ୱେଭ ଜାରି ରହିଛି। ଏହି ଚତୁର୍ଥ ଫେଜ୍‌ରେ ସଂକ୍ରମଣ ହାର ଲଗାତର ବଢ଼ିଚାଲିଛି, ଯାହା ତୃତୀୟ ଫେଜ୍‌ଠାରୁ ମଧ୍ୟ ସର୍ବାଧିକ ।  ତେବେ ଏହି ମହାମାରୀର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍‌ ସମାଧାନ ନୁହେଁ ବୋଲି କେଜ୍ରିୱାଲ କହିଛନ୍ତି।

ଟିକା ନେବା ପାଇଁ ଥିବା ବୟସ କଟକଣା ହଟାଇବା ଉଚିତ। ମହାମାରୀର ଏହି ଚକ୍ର ଭାଙ୍ଗିବା ପାଇଁ ୪୫ ବର୍ଷରୁ କମ୍‌ ବୟସ୍କ ଲୋକଙ୍କୁ ମଧ୍ୟ ଟିକା ଦିଆଯିବା ଉଚିତ ବୋଲି ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

କୋଭିଡ୍‌-୧୯ ଟିକା ନେବା ନିମନ୍ତେ ବୟସ କଟକଣା ଉଠାଇବା ପ୍ରସଙ୍ଗରେ ମୁଁ ଅନେକ ଥର କେନ୍ଦ୍ର ସରକାରଙ୍କୁ କହିଛି। ଦ୍ୱାର ଦ୍ୱାର ବୁଲି ଲୋକମାନଙ୍କୁ ଟିକା ଦେବା ନିମନ୍ତେ ଦିଲ୍ଲୀ ସରକାର ଅଭିଯାନ ଆରମ୍ଭ କରିଛନ୍ତି। ଦିଲ୍ଲୀର ୬୫% ଆକ୍ରାନ୍ତ ହେଉଛନ୍ତି ୪୫ ବର୍ଷରୁ କମ୍‌ ବୟସର ବ୍ୟକ୍ତି। ଏହାଛଡ଼ା, ସମ୍ପ୍ରତି ଦ୍ରୁତ ଗତିରେ ବୃଦ୍ଧି ପାଇଥିବା ସଂକ୍ରମଣ ରୋକିବା ଲାଗି କେତେକ କଟକଣା ଲାଗୁ କରାଯାଇଛି। ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିବାର ଉଦ୍ଦେଶ୍ୟ ନାହିଁ। ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨୪ ଘଂଟା ମଧ୍ୟରେ ଦିଲ୍ଲୀରେ ୭୮୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୩୯ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭,୧୪,୪୨୩ ରେ ପହଞ୍ଚିଛି ।

The post ଟିକାକରଣ ଉପରୁ ବୟସ କଟକଣା ହଟାଯାଉ, ନିବେଦନ କଲେ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/2PLoQrz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages