ଦିନକରେ ୨ ଲକ୍ଷ ଟପିଲା କରୋନା ସଂକ୍ରମିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 14, 2021

ଦିନକରେ ୨ ଲକ୍ଷ ଟପିଲା କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ସାରା ଦେଶର ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହେବାକୁ ଯାଉଛି। ଗୁରୁବାର ଆସିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୨ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୁଧବାର (ଏପ୍ରିଲ ୧୪) ଏହି ସଂଖ୍ୟା ୧.୮୫ ଲକ୍ଷ ରହିଥିଲା।

ବିଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ଲକ୍ଷ ୭୩୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୧୦୩୭ ଜଣ ମୃତ୍ୟୁ ବରଣ କରିଛନ୍ତି। ନୂଆ ସଂକ୍ରମିତଙ୍କ ସଂଖ୍ୟା ମିଶାଇଲେ ଦେଶରେ ଏଯାବତ ୧ କୋଟି ୪୦ ଲକ୍ଷ ୭୪ ହଜାର ୫୬୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ଏହି ଘାତକ ଭାଇରସରେ ୧ ଲକ୍ଷ ୭୩ ହଜାର ୧୨୩ ଜଣ ଏଯାବତ ପ୍ରାଣ ହରାଇଛନ୍ତି।

ରିପୋର୍ଟ ଅନୁଯାୟୀ ଯଦିଓ ଗୁରୁବାର ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି। ହେଲେ ୧୦ ଦିନ ପୂର୍ବରୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧ ଲକ୍ଷ। ଅର୍ଥାତ୍ ୧୦ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଡବଲ ହୋଇଛି। ଏହାପୂର୍ବରୁ ୧ ଲକ୍ଷରୁ ୨ ଲକ୍ଷ ହେବା ପାଇଁ ଆମେରିକାକୁ ୨୧ ଦିନ ସମୟ ଲାଗିଥିଲା। ଆମେରିକା ହେଉଛି କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଶ। ଏହାପରେ ଭାରତ, ବ୍ରାଜିଲ ପଛକୁ ପଛ ରହିଛନ୍ତି।

worldometers.infoର ରିପୋର୍ଟ ଅନୁଯାୟୀ ଗତବର୍ଷ ଅକ୍ଟୋବର ୩୦ରେ ଆମେରିକାରେ ଗୋଟିଏ ଦିନରେ ୧ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଉ ୨୦ ନଭେମ୍ୱରରେ ୨ ଲକ୍ଷରୁ ଅଧିକ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ଚଳିତ ବର୍ଷ ଜାନୁଆରୀ ୮ରେ ଗୋଟିଏ ଦିନରେ ୩ ଲକ୍ଷ ୩୫ ହଜାର ସଂକ୍ରମିତ ହୋଇଥିଲେ। ଯଦି ଆମେରିକାର ସ୍ଥିତିକୁ ଆକଳନ କରାଯିବ ତାହେଲେ ଆଗାମୀ ଦିନରେ ଭାରତରେ ମଧ୍ୟ ଆମେରିକା ଭଳି ସ୍ଥିତି ଉତ୍ପନ୍ନ ହେବ ବୋଲି ଆଶଙ୍କା ରହିଛି। ନିର୍ବାଚନୀ ପ୍ରଚାର, କୁମ୍ଭ ମେଳା ଆଦି ଏବେ ଦେଶର କରୋନାର ହଟସ୍ପଟ ପାଲଟିଛି। ତେଣୁ ଆଗାମୀ ଦିନରେ କରୋନା ଆହୁରି ବିସ୍ଫୋରଣ କରିବ ବୋଲି ଆଶଙ୍କା ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଦେଶର ୧୦ଟି ରାଜ୍ୟରୁ ମୋଟ୍ ୮୦.୮ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୧୦ ରାଜ୍ୟ ହେଲେ ମହାରାଷ୍ଟ୍ର, ଛତିଶଗଡ଼, ଦିଲ୍ଲୀ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ମଧ୍ୟ ପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ କେରଳ। ଯେଉଁଠି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି।

The post ଦିନକରେ ୨ ଲକ୍ଷ ଟପିଲା କରୋନା ସଂକ୍ରମିତ appeared first on Odisha Reporter.



from Odisha Reporter https://ift.tt/32cBgey

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages