ଓଏଲଏକ୍ସ ବିଜ୍ଞାପନ ନାଁରେ ମେଲାଇଥିଲେ ଠକେଇ ସାମ୍ରାଜ୍ୟର, ଧରାପଡ଼ିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 14, 2021

ଓଏଲଏକ୍ସ ବିଜ୍ଞାପନ ନାଁରେ ମେଲାଇଥିଲେ ଠକେଇ ସାମ୍ରାଜ୍ୟର, ଧରାପଡ଼ିଗଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଏଲଏକ୍ସ ବିଜ୍ଞାପନ ନାଁରେ ମେଲାଇଥିଲେ ଠକେଇ ସାମ୍ରାଜ୍ୟର। ଠକେଇ ସୌଦାଗର ସାଜି ଅର୍ଜନ କରୁଥିଲେ ପୁଳା ପୁଳା ଟଙ୍କା।  ଧିରେ ଧିରେ ବଢ଼ିବାକୁ ଲାଗିଲା କଳା ସାମ୍ରାଜ୍ୟର ନେଟୱର୍କ। ଏପରିକି ବେନିୟମ ଭାବେ ଅର୍ଜିତ ଟଙ୍କାର ସିଂହ ଭାଗ ଓଡ଼ିଆ ସିନେମାରେ ଖଟାଇଥିଲେ ଅଭିଯୁକ୍ତ। ତାଙ୍କ ନାଁରେ ଏବେ ସୁଦ୍ଧା ୫୩ ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଗିରଫ ପରେ କେବଳ ୧୨ ନୂଆ ଠକେଇ ମାମଲା ସାମନାକୁ ଆସିଛି।

ଚାରି ଚାରି ଥର ଗିରଫ ପରେ ବି ନିଜ ପୁରୁଣା ଅଭ୍ୟାସ ଛାଡ଼ି ପାରି ନ ଥିବା ଠକେଇ ସାମ୍ରାଜ୍ୟର ଅଘୋଷିତ ବାଦଶାହ ତୃପ୍ତିରଞ୍ଜନ ଦାସ ଏବେ କମିଶନରେଟ ପୁଲିସ୍‌ କବଜାରେ । ରାଜଧାନୀବାସୀଙ୍କୁ ଛାଡ଼ି ଦୂରଦୂରାନ୍ତ ଅଞ୍ଚଳବାସୀଙ୍କୁ ନିଜ ଟାର୍ଗେଟ କରୁଥିବା ତୃପ୍ତି ଦାସ  କୋଲକାତା ଦେଇ ଖସିଯିବାକୁ ଉଦ୍ୟମ କରି ପୁଲିସ୍‌ ଜାଲରେ ଧରାପଡିଗଲେ  । ତାଙ୍କ ମିଛ ସାମ୍ରାଜ୍ୟର ମାୟା ଜାଲରେ ପଶି ପୁଲିସ୍‌ କେତେ ସତ ଓଗାଳି ପାରୁଛି ତାହା  ସମୟ କହିବ।

ପୁଲିସ୍‌ ସୂଚନା ଅନୁଯାୟୀ, ଦୂରଦୂରାନ୍ତର ଲୋକଙ୍କୁ କମ୍‌ ଦାମ୍‌ରେ ଓଏଲଏକ୍ସ ଗାଡ଼ି ଯୋଗାଇ ଦେବାକୁ କହି ଫସାଉଥିଲେ ତୃପ୍ତି। ଏହାପରେ ସେମାନଙ୍କ ନିକଟରୁ ଲକ୍ଷାଧୀକ ଟଙ୍କା ଲୁଟି ନେଉଥିଲେ। କାହାକୁ ଗାଡ଼ି ଯୋଗାଉଥିବା ବେଳେ କିଛି ଦିନ ପରେ ଫାଇନାନ୍ସ କର୍ମଚାରୀ ତାହାକୁ ଟାଣି ନେଉଥିଲେ। ଆଉ କାହାଠୁ ଟଙ୍କା ନେଇ ଆଉ ଧରା ଦେଉ ନ ଥିଲେ। ଫୋନ୍‌ କଲେ ମିଳୁଥିଲା ଧମକ।

ବଡଗଡ ଥାନାରେ ତୃପ୍ତିଙ୍କ ବିରୋଧରେ ଠକେଇ ମାମଲା ବଢିବାରେ ଲାଗିଛି ।  ତା ବିରୋଧରେ ମୋଟ ଠକେଇ ମାମଲା ୫୩କୁ ବୃଦ୍ଧି ପାଇଛି। ଏପରିକି ପୁଲିସ୍‌ ପରିବାର ବି  ତାଙ୍କ ଠକେଇର ମାୟା ଜାଲରୁ ବାଦ ପଡିପାରି ନାହାନ୍ତି।  କେନ୍ଦୁଝର, କୋରାପୁଟ, ଯାଜପୁର ଭଳି ଜିଲ୍ଲାର ଲୋକଙ୍କୁ  ଓଏଲଏକ୍ସ ଠକେଇ ଜାଲରେ ଫସାଇ ଲୁଟ କରିଛି ।  ପୁରା ଲୁଟ୍ ପ୍ଲଟରେ ତୃପ୍ତିଙ୍କ ସହ ଆଉ କାହାର ସଂପୃକ୍ତି  ରହିଛି ଏସବୁ ପ୍ରଶ୍ନର ଉତ୍ତର କାଢିବା ଲାଗି  ୭ ଦିନ ପର୍ଯନ୍ତ  ତୃପ୍ତିଙ୍କୁ ରିମାଣ୍ଡରେ ନେଇଛି ପୁଲିସ୍‌।

ଓଏଲଏକ୍ସ ବିଜ୍ଞାପନ ନାଁରେ ପୁଳା ପୁଳା ଟଙ୍କା ଲୁଟି ଥିବା ତୃପ୍ତିଦାସ ଠକେଇ ଟଙ୍କାରେ ଓଡିଆ ଫିଲ୍ମ ନିର୍ମାଣ କରୁଥିଲେ।  ‘ଦଫା-୩୭୬’  ନାମକ ଫିଲ୍ମ ରିଲିଜ  ହୋଇ ନ ଥିବା ବେଳେ ଠକେଇ ଟଙ୍କାର ସିଂହଭାଗ ଏହି ଫିଲ୍ମ ତିଆରିରେ ବିନିଯୋଗ ହୋଇଥିବା ଜଣାପଡିଛି । କେବଳ ତୃପ୍ତି ନା ତାଙ୍କ ସହ ଆଉ କେଉଁ ସହଯୋଗୀ ଏହି ଠକେଇ ଷଡଯନ୍ତ୍ର ଓ ବ୍ଲୁପ୍ରିଣ୍ଟରେ ସାମିଲ ଥିଲେ ସେମାନଙ୍କୁ ଧରିବା ପୁଲିସ୍‌ ପାଇଁ ଚାଲେଞ୍ଜ ହୋଇଛି । ଓଡିଶା ସିନେମା ବ୍ୟତିତ ଆଉ କେଉଁଠି ଟଙ୍କା ଲଗାଇଛି ତା’ର ଖୋଳତାଡ଼ କରୁଛି କମିଶନରେଟ ପୁଲିସ୍‌।

ଏନେଇ ଜଣେ ଅଭିଯୋଗକାରୀ କହିଛନ୍ତି, ଏକ ଗାଡ଼ି କିଣିବା ପାଇଁ ତୃପ୍ତିଙ୍କୁ ୯୦ ହଜାର କ୍ୟାସ ଦେଇଥିଲୁ। ଏହାପରେ ବାପାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟ୍ରାନ୍ସଫର ହେଲା। ଏହାପରେ ଗାଡ଼ି ଦେଇଥିବା ବେଳେ କିଛି ଦିନ ପରେ ଫାଇନାନ୍ସ ବାଲା ଟାଣିନେଲେ। ଏ ବିଷୟରେ ତାଙ୍କୁ ଅବଗତ କରିବାରୁ   ବୁଝିବେ ବୋଲି କହି ପରେ ଧମକାଇଲେ।

ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ସେ  ଭୁବନେଶ୍ୱର ଆଖପାଖ ଲୋକଙ୍କୁ ଠକୁ ନ ଥିଲେ। ଦୂରଦୂରାନ୍ତ ଲୋକଙ୍କୁ ଟାର୍ଗେଟ କରୁଥିଲେ। ଫଳରେ ସେମାନେ ଯେପରି ଥରକୁ ଥର ଆସି ପାରିବେନି। ତାଙ୍କ ସହ ଆଉ କିଏ ସମ୍ପୃକ୍ତ ଅଛି ତାହାର ତଦନ୍ତ ହେବ।

କୋଲକାତା ଦେଇ ଖସିଯିବାକୁ ଉଦ୍ୟମ କରି ଧରାପଡିଥିବା ତୃପ୍ତି ଦାସଙ୍କଠାରୁ ତଥ୍ୟ କାଢିବାରେ କମିଶନରେଟ ପୋଲିସ କେତେ ସକ୍ଷମ ହୋଇପାରୁଛି ତାହା ପରେ ଜଣାପଡିବ ।

The post ଓଏଲଏକ୍ସ ବିଜ୍ଞାପନ ନାଁରେ ମେଲାଇଥିଲେ ଠକେଇ ସାମ୍ରାଜ୍ୟର, ଧରାପଡ଼ିଗଲେ appeared first on Odisha Reporter.



from Odisha Reporter https://ift.tt/2RqXFT5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages