ସଂସାର ଉଜାଡ଼ି ଦେଲା ମହାମାରୀ; ଜୀବନ ହାରିଲେ ପଜିଟିଭ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 29, 2021

ସଂସାର ଉଜାଡ଼ି ଦେଲା ମହାମାରୀ; ଜୀବନ ହାରିଲେ ପଜିଟିଭ ଦମ୍ପତି

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ) : ମଣିଷ ସମାଜକୁ କଲବଲ କରୁଛି ମହାମାରୀ । ମହାମାରୀର ମାୟା ଜାଲରେ ଫସି ଯାଇ କେତେବେଳେ କିଏ ପ୍ରାଣ ହରାଉଛି ତ କିଏ ଭୟରେ ମୃତ୍ୟୁ ଆସିବା ଡରରେ ଜୀବନ ହାରି ଦେଉଛି। ମହାମାରୀର ମହାବିପତ୍ତି ସୁନାର ସଂସାର ଉଜାଡ଼ି ଦେଉଛି।  ଏପରି ଏକ ହୃଦୟ ବିଦାରକ ଘଟଣା ନୟାଗଡ଼ ଜିଲ୍ଲାରୁ ସାମ୍ନାକୁ ଆସିଛି ।

ନୟାଗଡ଼ ଜିଲ୍ଲା ରଣପୁର ଥାନା ବେଗୁନିଆ ପାଟଣା ଗାଁରେ ଏକ କରୋନା ସଂକ୍ରମିତ ଦମ୍ପତି ଆତ୍ମହତ୍ୟା କରିଥିବା ଜଣାଯାଇଛି।  ଏହି ଦମ୍ପତି ୪ ଦିନ ତଳେ କରୋନାରେ ଆକ୍ରାନ୍ତ ଥିବା ଜାଣିବାକୁ ପାଇଥିଲେ l ଡାକ୍ତରଙ୍କ ପରାମର୍ଶକ୍ରମେ ଗୃହ ସଂଘରୋଧରେ ଥିଲେ l ଏପରିକି ତାଙ୍କର ଏକମାତ୍ର ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ପୁରୀରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି l

ପରିବାରର ସମସ୍ତେ ମହାମାରୀ ଦ୍ୱାରା କବଳିତ ହୋଇଥିବାରୁ ମାନସିକ ଚାପରେ ଥିଲେ।  ଫଳରେ ଅଜଣା ଆଶଙ୍କାରେ ଏହି ଦମ୍ପତି ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଆଶଙ୍କା କରୁଛନ୍ତି ।   କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବାରୁ ଭୟଭୀତ ହୋଇ ଦମ୍ପତି ଏପରି ଚରମ ନିଷ୍ପତି ନେଇ ଥାଇପାରନ୍ତି ବୋଲି କହିଛନ୍ତି ଗ୍ରାମବାସୀ  । ଏଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି ହୋଇଛି l

ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଂଚିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତକୁ ଆଗକୁ ବଢ଼ାଇଛି ।  ଏନେଇ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ  ।

The post ସଂସାର ଉଜାଡ଼ି ଦେଲା ମହାମାରୀ; ଜୀବନ ହାରିଲେ ପଜିଟିଭ ଦମ୍ପତି appeared first on Odisha Reporter.



from Odisha Reporter https://ift.tt/3xLefxU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages