ନୂଆଦିଲ୍ଲୀ: ଚଳିତଥର ପଶ୍ଚିମବଙ୍ଗରେବିଜେପି ଜବରଦସ୍ତ ଭୋଟ୍ ବ୍ୟାଙ୍କ ତିଆରି କରିବାରେ ସଫଳ ହୋଇଛି। ମେ 2ରେ ଭୋଟ୍ ଗଣତି ପୂର୍ବରୁ ପ୍ରକାଶ ପାଇଥିବା ଏକଜିଟ ପୋଲରୁ ଏହି ସୂଚନା ମିଳିଛି।
ଏକଜିଟ୍ ପୋଲର ସର୍ଭେ ଅନୁଯାୟୀ ରାଜ୍ୟରେ ବିଜେପି ଟିଏମସିକୁ ନେକ ଟୁ ନେକ୍ ଫାଇଟ କରିବ ବୋଲି ଜଣାପଡ଼ିଛି। ଆଉ ଦୀର୍ଘ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଅନେକ ସିଟ୍ ଏଥର ହରାଇବ ବୋଲି ଜଣାପଡ଼ିଛି। ଯାହାକି ଦୀର୍ଘ ବର୍ଷ ଧରି ସରକାରରେ ଡେଙ୍ଗୁରା ପିଟୁଥିବା ଦିଦିଙ୍କୁ ଚେକ୍ ଦେଇଛି ଏହି ଗେରୁଆ ପାର୍ଟି।
ତେବେ ବିଭିନ୍ନ ସର୍ଭେ ରିପୋର୍ଟରୁ ଏହା ମଧ୍ୟ ସ୍ପଷ୍ଟ ଯେ ବିଜେପି ଟିଏମସିର ମୁସଲିମ୍ ଭୋଟରଙ୍କୁ ନିଜ ଆଡକୁ ନେବାରେ ବିଫଳ ହୋଇଛି। ଯାହାକି ଦିଦିଙ୍କ ଦଳ ପାଇଁ ପିଲର ସାଜିଛି। ତେବେ ଚଳିତ ନିର୍ବାଚନରେ ସବୁଠୁ ହାଇଭୋଲଟେଜ ବିଧାନସଭା ଆସନ କୁହାଯାଉଥିବା ନନ୍ଦିଗ୍ରାମରେ କୌଣସି ଏକପାଖିଆ ମତଦାନ ହୋଇନି। ଦୁଇ ପ୍ରାର୍ଥୀ ମମତା ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡା ମୁକାବିଲା ହେବ ବୋଲି ଜଣାପଡ଼ିଛି।
ମୋଟ୍ 294ଟି ବିଧାନସଭା ଆସନରୁ ଦୁଇଟି ନିର୍ବାଚନ ମଣ୍ଡଳରୀରେ ପ୍ରାର୍ଥୀଙ୍କର ମତଦାନ ପୂର୍ବରୁ ଦେହାନ୍ତ ହୋଇଥିବାରୁ ମୋଟ୍ 292ଟି ଆସନର ଫଳାଫଳ ବାହାରିବ। ତେଣୁ ସରକାର ଗଢ଼ିବାକୁ ହେଲେ 148 ବିଧାୟକଙ୍କ ସମର୍ଥନ ଦରକାର।
ଚାରି ନ୍ୟୁଜ ଚ୍ୟାନେଲର ଏକଜିଟ ପୋଲରେ ବିଜେପି 2016 ତୁଳନାରେ ବୁହତ ଭଲ ପ୍ରଦର୍ଶନ କରିଛି। ହେଲେ ସରକାର ଗଢ଼ିପାରିବ ନାହିଁ। ହେଲେ ରିପବ୍ଲିକ୍ ଟିଭି ସିଏନଏକ୍ସ କହିଛି ରାଜ୍ୟରେ ବିଜେପି ସରକାର ଗଢ଼ିବ।
ଏକଜିଟ୍ ପୋଲର ସର୍ଭେ ଅନୁଯାୟୀ ପଶ୍ଚିମବଙ୍ଗରେ ବିଜେପି ନେତୃତ୍ୱାଧୀନ ଏନଡିଏ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଏବଂ ବାମପନ୍ଥୀ ଦଳ ଧରିଥିବା 79ଟି ସିଟ୍ ମଧ୍ୟରୁ 37ରୁ ଅଧିକ ସିଟ୍ ପାଇବ ବୋଲି ଆଶା କରାଯାଉଛି। ଟାଇମ୍ସ ବର୍ତ୍ତମାନ ନାଓ, ଏବିପି ନ୍ୟୁଜ୍ ଏବଂ ସି ଭୋଟର ଏକଜିଟ୍ ପୋଲର ତଥ୍ୟ ଅନୁଯାୟୀ ଟିଏମସି 79ଟି ଗୁରୁତ୍ୱପୂର୍ଣ୍ଣ ଆସନ ମଧ୍ୟରୁ 40ଟିରେ ଏବଂ 37ଟିରେ ବିଜେପି ଆଗୁଆ ହେବାର ସମ୍ଭାବନା ରହିଛି ଏବଂ କଂଗ୍ରେସ ଏବଂ ସିପିଏମ୍ ପ୍ରତ୍ୟେକ ଗୋଟିଏ ଆସନ ହାସଲ କରିପାରନ୍ତି।
ତାରାକେଶ୍ୱରରେ ବିଜେପିର ସ୍ୱପ୍ନ ଦାସଗୁପ୍ତା ଆଗରେ ଥିଲେ ମଧ୍ୟ ଟିଏମସି ପ୍ରାର୍ଥୀଙ୍କ ଠାରୁ ଅଳ୍ପ ବ୍ୟବଧାନରେ ଆଗେଇ ପାରନ୍ତି ବୋଲି କୁହାଯାଉଛି। ଦେବରାଠାରେ ଦୁଇଜଣ ପୂର୍ବତନ ଆଇପିଏସ୍ ଅଧିକାରୀ – ହୁମାୟୁନ କବୀର (ଟିଏମସି) ଏବଂ ଭାରତୀ ଘୋଷ (ବିଜେପି) ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରେ ବିଜେପି ଆଗରେ ରହିଥିବା ସୂଚନା ରହିଛି।
ଡୋମଜୁରରେ ମମତା ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ରାଜୀବ ବାନାର୍ଜୀ ଏବଂ ମମତାଙ୍କ ପୂର୍ବତନ ମନ୍ତ୍ରୀଙ୍କ ମଧ୍ୟ ନେକ ଟୁ ନେକ୍ ଫାଇଟ ହେବ। ତେବେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗର ଭୋଟରମାନେ ବହୁ ସଂଖ୍ୟାରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ସମର୍ଥନ କରିଛନ୍ତି। ଯାହାକି 2016 ଓ 2019 ତୁଳନାରେ ଢେ଼ର ଅଧିକ। ଯାହାକି ମମତାଙ୍କୁ ଘାଟା ହୋଇଛି। ତେବେ ମହିଳା ଭୋଟରମାନେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସିକୁ ହିଁ ଭୋଟ୍ ଦେଇଛନ୍ତି।
45.9 ପ୍ରତିଶତ ଓବିସି, 84.1 ପ୍ରତିଶତ ଏସସି, 45.7 ପ୍ରତିଶତ ଏସଟି ଏବଂ 49 ପ୍ରତିଶତ ଉଚ୍ଚ ଜାତିର ହିନ୍ଦୁ ଭୋଟ୍ ବିଜେପି ପାଇଛି। ଟିଏମସି 35.6 ପ୍ରତିଶତ ଓବିସି, 35.4 ପ୍ରତିଶତ ଏସସି, 36 ପ୍ରତିଶତ ଏସଟି ଏବଂ 37 ପ୍ରତିଶତ ଅନ୍ୟ ହିନ୍ଦୁ ଭୋଟରଙ୍କ ସମର୍ଥନ ପାଇଥିବା ଜଣାପଡ଼ିଛି।
The post ଟିଏମସି, ବାମଦଳଙ୍କ ଗଡ଼ରେ ସବୁଠି ବିଜେପି ମଜବୁତ: ସର୍ଭେ appeared first on Odisha Reporter.
from Odisha Reporter https://ift.tt/3xzAuGW
No comments:
Post a Comment