ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ନିଜ ରେକର୍ଡ ଭାଙ୍ଗୁଛି କରୋନା। ନିଇତି ସୃଷ୍ଟି କରୁଛି ନୂଆ ନୂଆ ରେକର୍ଡ। ବଢ଼ି ଚାଲିଛି ଦୈନିକ ସଂକ୍ରମଣ ମାମଲା। ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୩ଲକ୍ଷ ୪୯ ହଜାର ୬୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ଦିନକରେ ୨,୭୬୭ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରେକର୍ଡ ହୋଇଛି।
ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୬୦ ହଜାର ୧୭୨ରେ ପହଂଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୨ ହଜାର ୩୧୧କୁ ବୃଦ୍ଧି ପାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୧୭ ହଜାର ୧୧୩ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥ ସଂଖ୍ୟା ୧ କୋଟି ୪୦ ଲକ୍ଷ ୮୫ ହଜାର ୧୧୦ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ଲକ୍ଷ ୮୨ ଜହାର ୭୫୧ ରହିଛି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ୧୪ କୋଟି ୦୯ ଲକ୍ଷ ୧୬ ହଜାର ୪୧୭ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।
India reports 3,49,691 new #COVID19 cases, 2,767 deaths and 2,17,113 discharges in the last 24 hours, as per Union Health Ministry
Total cases: 1,69,60,172
Total recoveries: 1,40,85,110
Death toll: 1,92,311
Active cases: 26,82,751Total vaccination: 14,09,16,417 pic.twitter.com/HuTqfJSx2b
— ANI (@ANI) April 25, 2021
The post ସାଢ଼େ ୩ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ, ୨,୭୬୭ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3xlYcGl
No comments:
Post a Comment