ଚେତାଇଲେ ଆଇନ୍‌ ମନ୍ତ୍ରୀ, ଲାଗୁ ହୋଇପାରେ ଲକ୍‌ଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 13, 2021

ଚେତାଇଲେ ଆଇନ୍‌ ମନ୍ତ୍ରୀ, ଲାଗୁ ହୋଇପାରେ ଲକ୍‌ଡାଉନ୍‌

ଲକ୍ଷ୍ନୌ: ଦେଶରେ ମାଡି ଚାଲିଛି ମହାମାରୀ। ସବୁ ରେକର୍ଡ ଭାଙ୍ଗୁଛି କରୋନାର ସେକେଣ୍ଡ ୱେଭ। ପ୍ରତିଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସବୁ ରାଜ୍ୟରେ ମଧ୍ୟ କରୋନା ସ୍ଥିତି ସଙ୍ଗୀନ ରହିଛି। ଗୋଟିଏ ପଟେ ହସ୍ପିଟାଲ ବାହାରେ ଆମ୍ବୁଲାନ୍ସର ଲମ୍ବା ଲାଇନ୍‌ ଲାଗିଥିବା ବେଳେ ଅନ୍ୟପଟେ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଲାଇନ୍‌ ଲାଗିଥିବା ଦେଖିବାକୁ ମିଳୁଛି।

ଏଭଳି ମହାସଙ୍କଟ ଭିତରେ ଉତ୍ତରପ୍ରେଦଶର ରାଜଧାନୀ ଲକ୍ଷ୍ନୌରେ ଲକଡାଉନ୍‌ ଲାଗୁ ହୋଇପାରେ ବୋଲି ସେଠାକାର ଆଇନ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସେଠାକାର କ୍ୟାବିନେଟ୍‌ ମନ୍ତ୍ରୀ ବ୍ରିଜେଶ ଠାକୁର ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ ଓ ମୁଖ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଏନେଇ ଚିଠି ଲଖିଛନ୍ତି। ଯଦି ଖରାପ ସ୍ଥିତି ଉପରେ ଧ୍ୟନ ନ ଦିଆଯାଏ ତେବେ ଲକ୍ଷ୍ନୌରେ ଲକ୍‌ଡାଉନ୍‌ ଲାଗୁ କରିବାକୁ ପଡିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଏବେ ଘରୋଇ ହସ୍ପିଟାଲଗୁଡିକ କରୋନା ପରୀକ୍ଷା ବନ୍ଦ କରିଦେଲେଣି, ଯାହା ସବୁଠାରୁ ଚିନ୍ତାର ବିଷୟ। ସହରରେ ବର୍ତ୍ତମାନ ୧୭ ହଜାର କୋଭିଡ ଟେଷ୍ଟ କିଟ୍‌ର ଆବଶ୍ୟକତା ରହିଛି, କିନ୍ତୁ ଏଯାଏଁ କେବଳ ୧୦ ହଜାର କିଟ୍‌ ମିଳିଥିବା ଆଇନ୍‌ ମନ୍ତ୍ରୀ ବ୍ରିଜେଶ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ଲୋକେ ଲଗାତାର ସହାୟତା ପାଇଁ ଫୋନ୍‌ କରୁଛନ୍ତି। କିନ୍ତୁ ସେମାନଙ୍କୁ ଉପଯୁକ୍ତ ସୁବିଧା ମିଳିପାରୁନି। କେବଳ ସେତିକି ନୁହେଁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଫିସରେ କେହି ଫୋନ୍‌ ଉଠାଉନଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି। ଏଥିଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ହସ୍ପିଟାଲରେ ତୁରନ୍ତ ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଉ ଏବଂ ଟେଷ୍ଟିଂ ଉପରେ ମଧ୍ୟ ଜୋର ଦେବାକୁ ମନ୍ତ୍ରୀ ଚିଠିରେ ଅପିଲ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଲକ୍ଷ୍ନୌରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପ୍ରତିଦିନ ୪ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ଫଳରେ ହସ୍ପିଟାଲଗୁଡିକରେ ବେଡ୍‌ ଅଭାବ ପଡିବାକୁ ଲାଗିଲାଣି। ସେହିପରି ରୋଗୀଙ୍କୁ ହସ୍ପିଟାଲ ଭିତରକୁ ପ୍ରବେଶ ଅନୁମତି ମଧ୍ୟ ମିଳୁନାହିଁ। ପରିସ୍ଥିତି ଏତେ ଖରାପ ହୋଇଗଲାଣି ଯେ, ଲକ୍ଷ୍ନୌର ବୈକୁଣ୍ଠ ଧାମ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିବା ଦେଖିବାକୁ ମିଳିଛି।

The post ଚେତାଇଲେ ଆଇନ୍‌ ମନ୍ତ୍ରୀ, ଲାଗୁ ହୋଇପାରେ ଲକ୍‌ଡାଉନ୍‌ appeared first on Odisha Reporter.



from Odisha Reporter https://ift.tt/2RmDpC2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages