ସମସ୍ତେ ରାଜି ହେଲେ, କିନ୍ତୁ ସକାଳୁ ମିଳିଲା ଝୁଲନ୍ତା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 13, 2021

ସମସ୍ତେ ରାଜି ହେଲେ, କିନ୍ତୁ ସକାଳୁ ମିଳିଲା ଝୁଲନ୍ତା ମୃତଦେହ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଦେଖୁ ଦେଖୁ ଲାଖିଗଲା ମନ। ଭାବ ଦିଆନିଆରୁ ବଢ଼ିଲା ସମ୍ପର୍କ। ସମ୍ପର୍କ ଏତେ ନିବିଡ଼ ହେଲା ଯେ କେହି କାହାକୁ ଦଣ୍ଡେ ଛାଡ଼ିବାକୁ ପ୍ରସ୍ତତ ନ ଥିଲେ। ଉଭୟଙ୍କ ପରିବାର ଲୋକଙ୍କ କାନରେ କଥା ପଡ଼ିବାରୁ ପିଲାଙ୍କ ଖୁସିରେ ସେମାନେ ବି ରାଜି ହୋଇଗଲେ। ହେଲେ କେଁ ରହିଗଲା ପାଞ୍ଜିରେ।

ଉଭୟଙ୍କ ନାମ ପାଞ୍ଜି ଅନୁସାରେ ମେଳକ ନହେବାରୁ ଯୁବକଙ୍କ ପରିବାର ଲୋକ ପୁଅର ବିବାହ ଅନ୍ୟତ୍ର କରିବାକୁ ସ୍ଥିର କଲେ। ମାତ୍ର ସେମାନଙ୍କ ଭଲ ପାଇବା ଦେଖି ପରିବାର ଲୋକ ନିଜ ନିଷ୍ପତ୍ତି ବଦଳାଇ ଦେଇଥିବା ବେଳେ ପ୍ରେମୀ ଯୁଗଳ କିନ୍ତୁ ଶେଷରେ ନେଲେ ଚରମ ପଦକ୍ଷେପ। ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏପରି ଅଭାବନୀୟ ଘଟଣା ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ର କୁମ୍ବାରବନ୍ଧ ପୁଲିସ୍‌ ଫାଣ୍ଡି ଅନ୍ତର୍ଗତ ରେଙ୍ଗାଲୀ କିଷାନପଡା ଗ୍ରାମରେ ଘଟିଯାଇଛି। ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ଝିଅକୁ ମାରି ଦିଆଯାଇଥିବା ନେଇ ଯୁବତୀଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ, ରେଙ୍ଗାଲି କିଷାନପଡା ଗ୍ରାମର ୨୭ ବର୍ଷୀୟ ଯୁବକ ସୁବ୍ରତ କିଷାନ ଓ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଠେଲକୋଳି ଥାନା ଅଧୀନରେ ଥିବା ଏକ ଗ୍ରାମର ୨୨ ବର୍ଷୀୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ହୋଇଥିଲା । ଉଭୟେ ଗୋଟିଏ ଜାତିର ହୋଇଥିବାରୁ ଉଭୟଙ୍କ ପସନ୍ଦକୁ ପରିବାର ଲୋକଙ୍କ ସମ୍ମତି ମିଳିଲା।

ମାତ୍ର ଉଭୟଙ୍କ ନାମ ପାଞ୍ଜି ଅନୁସାରେ ମେଳକ ନହେବାରୁ ଦେଖାଦେଲା କେଁ। ମେ’ ୫ ତାରିଖରେ ପୁଅର ବିବାହ ଅନ୍ୟତ୍ର କରିବାକୁ ଯୁବକକୁ  ପରିବାର ଲୋକ ନିମନ୍ତ୍ରଣ କାର୍ଡ ଛପାଇ ଦେଇଥିଲେ।  ଏହା ଜାଣି ସୁବ୍ରତ ପ୍ରେମିକାକୁ ବାଇକ୍‌ରେ ନିଜ ଘରକୁ ଆଣିଥିଲେ । ଉଭୟ ପରିବାର ଲୋକେ ଜାଣିବା ପରେ ଗାଁ ଲୋକଙ୍କ ମଧ୍ୟସ୍ଥିରେ ଘଟଣାର ଆପୋଷ ସମାଧାନ ବି ହୋଇଥିଲା ।

ଏହାପରେ ଉଭୟ ରବିବାର ସୁବ୍ରତ ଘରେ ପତିପତ୍ନୀ ହିସାବରେ ରହିଥିଲେ। ମାତ୍ର  ସୋମବାର ସକାଳେ କେହି କବାଟ ଖୋଲି ନ ଥିଲେ।   ଯୁବକଙ୍କ ସମ୍ପର୍କୀୟ ଆସି ଦେଖିବାରୁ ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିଲା ।

କୁମ୍ବାରବନ୍ଦ ଫାଣ୍ଡି ଅଧିକାରୀ ଘଟଣାସ୍ଥଳ ଯାଇ ତଦନ୍ତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛନ୍ତି। ଆଜି ଝାରସୁଗୁଡା ରେ ଶବ ବ୍ୟବଚ୍ଛେଦ ହେବ ବୋଲି ପୋଲିସ ସୂଚନା ଦେଇଛି ।

The post ସମସ୍ତେ ରାଜି ହେଲେ, କିନ୍ତୁ ସକାଳୁ ମିଳିଲା ଝୁଲନ୍ତା ମୃତଦେହ appeared first on Odisha Reporter.



from Odisha Reporter https://ift.tt/32d4TMN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages