ଟ୍ରେନରେ ଯିବ ଅକ୍ସିଜେନ୍ ଟ୍ୟାଙ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 29, 2021

ଟ୍ରେନରେ ଯିବ ଅକ୍ସିଜେନ୍ ଟ୍ୟାଙ୍କର

ରାଉରକେଲା(ଓଡ଼ିଶା ରିପୋର୍ଟର) : ସମଗ୍ର ଦେଶରେ ଅକ୍ସିଜେନ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦେଶବିଦେଶରୁ ଛୁଟୁଛି ସହାୟତାର ସୁଅ। ଏପରି ସ୍ଥିତିରେ ରାଷ୍ଟ୍ରାୟତ ସଂସ୍ଥା ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ ରାଉରକେଲା ଇସ୍ପାତ କାରଖାନା (RSP)   ପକ୍ଷରୁ ଆଜି ରାଉରକେଲାରୁ ୪ଟି ଟ୍ୟାଙ୍କରରେ ଲିକ୍ୟୁଡି ଅକ୍ସିଜେନ୍ ଭର୍ତ୍ତି କରାଯାଇ ହରିୟାଣା ପଠାଯାଉଛି ।

ପ୍ରଥମ କରି ରାଉରକେଲାରୁ ମାଲବାହୀ ଟ୍ରେନ୍ ଯୋଗେ ଏହି ଟ୍ୟାଙ୍କରଗୁଡିକ ଯିବ। ଏଥିପାଇଁ ମାଲଗୋଦାମ ରେଲେଓ୍ୱ ୟାର୍ଡରୁ ଏହି ଗ୍ୟାସ୍ ଟ୍ୟାଙ୍କରଗୁଡିକୁ ଟ୍ରେନରେ ଲୋଡ୍ କରାଯାଇଛି । ୪ଟି ଗାଡି ଲୋଡ୍ ହେବା ପରେ ସିଧାସଳଖ ଭାବେ ଟ୍ରେନ୍ ଯୋଗେ ଏହା ହରିୟାଣା ଯିବ ।  ରାଉରକେଲାରୁ ପ୍ରଥମ ଥର ଟ୍ରେନ ଯୋଗେ ଅକ୍ସିଜେନ୍ ଟ୍ୟାଙ୍କରଗୁଡିକ ନିଆଯାଉଛି ।

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ଅନବରତ ଲିକ୍ୟୁଇଡ଼ ଅକ୍ସିଜେନ୍ ଯୋଗାଣ ଜାରି ରଖିଥିବା ଆରଏସପି ଇତି ମଧ୍ୟରେ ୨୫ଶହ ମେଟ୍ରିକ ଟନରୁ ଉଦ୍ଧ୍ୱର୍ ଲିକ୍ୟୁଇଡ଼ ଅକ୍ସିଜେନ ଟ୍ୟାଙ୍କର ଯୋଗାଇସାରିଛି ।

ପ୍ରକ୍ରିୟା ଜାରି ରହିଛି । ଲିଣ୍ଡୋ ଇଣ୍ଡିଆରୁ ମୋଟ ୫୨.୫ ମେଟ୍ରିକ ଟନ ଲିକ୍ୟୁଇଡ଼ ମେଡ଼ିକାଲ ଅକ୍ସିଜେନ ଭର୍ତି ୪ଟି ଟ୍ୟାଙ୍କରକୁ ପୁଲିସର କଡ଼ା ସୁରକ୍ଷା ବଳୟରେ ଷ୍ଟେସନକୁ ଅଣାଯାଇ ଲୋଡ଼ କରାଯାଇଛି । ଆଜି ପ୍ରଥମ କରି ଆରଏସପି ପକ୍ଷରୁ ସ୍ୱତନ୍ତ୍ର ଅକ୍ସିଜେନ ଏକ୍ସପ୍ରେସ ମାଧ୍ୟମରେ ହରିୟାନାକୁ ଲିକ୍ୟୁଇଡ଼ ଅକ୍ସିଜେନ ପଠାଯିବା  ବିନା ରହଣିରେ ଏହି ଅକ୍ସିଜେନ ଏକ୍ସପ୍ରେସ ଫରିଦାବାଦରେ ପହଂଚିବ ବୋଲି ରେଳବାଇ ପକ୍ଷରୁ ସୁଚନା ମିଳିଛି ।

The post ଟ୍ରେନରେ ଯିବ ଅକ୍ସିଜେନ୍ ଟ୍ୟାଙ୍କର appeared first on Odisha Reporter.



from Odisha Reporter https://ift.tt/3sZtOhO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages