ମୁମ୍ୱାଇ: ବିଗ ବସ ୧୪ ଫାଇନାଲିଷ୍ଟ ନିକ୍କି ତମ୍ୱୋଲି ବିଭିନ୍ନ ସମୟରେ ଚର୍ଚ୍ଚାରେ ରହନ୍ତି। ବିଶେଷ କରି ବିଗ ବସ ଘରୁ ବାହାରିବା ପରେ ଜାନ କୁମାର ସାନୁଙ୍କ ସହିତ ତାଙ୍କ ସଂପର୍କକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ତେବେ ନିକ୍କି ବାରମ୍ୱାର ସ୍ପଷ୍ଟୀକରଣ ଦେଇ ଆସିଛନ୍ତି ଯେ ଜାନ ଓ ସେ କେବଳ ବନ୍ଧୁ। ସେମାନଙ୍କ ମଧ୍ୟରେ ଆଉ କିଛି ଅଧିକ ସମ୍ପର୍କ ନାହିଁ।
ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ନିକ୍କି କହିଛନ୍ତି, ମୁଁ ଜାଣିନାହିଁ କାହିଁକି ଲୋକମାନେ ଜାନଙ୍କ ସହିତ ମୋ ନାଁକୁ ଯୋଡ଼ୁଛନ୍ତି। ବିଗ ବସ ୧୪ରେ ଜାନ ଓ ମୁଁ ବହୁତ ଭଲ ସାଙ୍ଗ ଥିଲୁ। କିନ୍ତୁ ବିଗ ବସ ଘରୁ ବାହାରିବା ପରେ ଆମେ କେବଳ ବନ୍ଧୁ। ଆମ ଭିତରେ ସେମିତି କିଛି ଘନିଷ୍ଠତା ନାହିଁ। ମୁଁ ଭାବୁଛି ସେ ମୋ ଟାଇପର ନୁହନ୍ତି। ଜଣେ ପରିପକ୍ୱ ବ୍ୟକ୍ତିଙ୍କ ସହିତ ଡେଟ କରାଯାଏ। ଜାନଙ୍କ ପାଖରେ ମୁଁ ଏହି ଗୁଣ ପାଇ ନାହିଁ। ମୁଁ ଭଲ ବ୍ୟକ୍ତିତ୍ୱ ଥିବା ଲୋକଙ୍କୁ ପସନ୍ଦ କରେ। ଜାନ ନିଜକୁ ଜଣେ ଭଲ ବ୍ୟକ୍ତତ୍ୱର ଅଧିକାରୀ ବୋଲି ମନେ କରନ୍ତି। କିନ୍ତୁ ମୋ ଦୃଷ୍ଟିରେ ସେ ଆଦୌ ସେମିତି ନୁହନ୍ତି।
ନିକ୍କି କହିଛନ୍ତି, ଏକ ସାକ୍ଷାତକାରରେ ଜାନଙ୍କ ମା’ ମୋ ବିଷୟରେ ଅନେକ ନକାରାତ୍ମକ କଥା କହିଥିଲେ। ମୋ ବିଷୟରେ ଖରାପ ଟିପ୍ପଣୀ ଦେଇଥିଲେ। ତେଣୁ ମୁଁ ଭାବୁନି ଯେ ମୁଁ କେବେ ଜାନଙ୍କ ପ୍ରତି ଆକର୍ଷିତ ହେବି। ତେବେ ସେ କେବଳ ଜଣେ ଚିହ୍ନାଜଣା ବନ୍ଧୁ। ମୁଁ ତାଙ୍କର ଉନ୍ନତି କାମନା କରୁଛି। ତାଙ୍କ ସହିତ ମୁଁ ଡେଟ୍ କରିପାରିବି ନାହିଁ। କାରଣ ସେ ମୋ ଟାଇପର ନୁହନ୍ତି।
ସୂଚନାଯୋଗ୍ୟ, ନିକ୍କି କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ସେ ସୁସ୍ଥ ହୋଇସାରିଛନ୍ତି। ଏବେ ସେ ଏକ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ଏହି ପ୍ରୋଜେକ୍ଟ ପାଇଁ ସେ କିଛି ୟୱେବ ସିରିଜ୍ ଓ ଫିଲ୍ମର ଅଫରକୁ ପ୍ରତ୍ୟାଖ୍ୟାନ ମଧ୍ୟ କରିଛନ୍ତି। କିନ୍ତୁ ଉକ୍ତ ପ୍ରୋଜକ୍ଟେ ବିଷୟରେ ମୁହଁ ଖୋଲି ନାହାନ୍ତି ନିକ୍କି । ଖୁବଶୀଘ୍ର ସେ ଏ ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ବୋଲି କହିଛନ୍ତି।
The post ସେ ମୋ ଟାଇପର ନୁହନ୍ତି, ସଫାସଫା କହିଦେଲେ ନିକ୍କି appeared first on Odisha Reporter.
from Odisha Reporter https://ift.tt/3u0LhaV
No comments:
Post a Comment