ବାପା ଚା’ କରୁଥିବା ବେଳେ ଲାଗିଲା ନିଆଁ, ନାବାଳକ ପୁଅ ଜୀବନ୍ତ ଦଗ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 24, 2021

ବାପା ଚା’ କରୁଥିବା ବେଳେ ଲାଗିଲା ନିଆଁ, ନାବାଳକ ପୁଅ ଜୀବନ୍ତ ଦଗ୍ଧ

ବିନିକା (ଦିଲୀପ ସାହୁ): ଗ୍ୟାସ୍‌ ଲିକ୍‌ ହୋଇ ଘଟିଲା ଅଗ୍ନିକାଣ୍ଡ ଓ ଜୀବନ୍ତ ଦଗ୍ଧ ହୋଇଗଲେ ଜଣେ ନାବାଳକ। ଏହି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଶଙ୍କରା ଗାଁରେ।

ମୃତକ ନାବାଳକଙ୍କ ନାଁ ବାବୁସାନ ଗୁଦୁରିଆ। ତାଙ୍କୁ ୧୦ ବର୍ଷ ହୋଇଥିଲା।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ ବାବୁସାନଙ୍କ ବାପା ଟିକେଲାଲ ଗୁଦୁରିଆ ଗ୍ୟାସ୍‌ ଅନ୍ କରି ଚା’ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ଗ୍ୟାସ୍‌ ସିଲିଣ୍ଡରରେ ହଠାତ୍ ନିଆଁ ଲାଗି ଯାଇଥିଲା ଓ ସଙ୍ଗେ ସଙ୍ଗେ ପୂରା ଘରକୁ ନିଜ କବଳକୁ ନେଇ ଯାଇଥିଲା।

ନିଆଁ ଏତେ ଜୋରରେ ବ୍ୟାପୀ ଯାଇଥିଲା ଯେ ଟିକେଲାଲ ଓ ତାଙ୍କ ପତ୍ନୀ ବାବୁସାନଙ୍କୁ ବଞ୍ଚାଇ ପାରି ନଥିଲେ। ବାବୁସାନ ସେତେବେଳେ ଶୋଇଥିଲେ। ଟିକେଲାଲ ଓ ତାଙ୍କ ପତ୍ନୀ କୌଣସି ମତେ ଘର ବାହାରକୁ ଚାଲି ଆସିଥିଲେ ଓ ବଞ୍ଚି ଯାଇଥିଲେ।
ଘଟଣା ସଂପର୍କରେ ଖବର ପାଇ ବିନିକା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା। ହେଲେ ସେତେବେଳକୁ ଘରଟି ପୋଡ଼ି ପାଉଁଶ ହୋଇସାରିଥିଲା। ତା’ ସହିତ ବାବୁସାନ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ବାବୁସାନଙ୍କୁ ପରିବାର ଲୋକେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

The post ବାପା ଚା’ କରୁଥିବା ବେଳେ ଲାଗିଲା ନିଆଁ, ନାବାଳକ ପୁଅ ଜୀବନ୍ତ ଦଗ୍ଧ appeared first on Odisha Reporter.



from Odisha Reporter https://ift.tt/3gCDNXN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages