ନିଜ ବିବାହକୁ ନେଇ ମା’ଙ୍କ ରାଣ ଖାଇଲେ ରାଖୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 24, 2021

ନିଜ ବିବାହକୁ ନେଇ ମା’ଙ୍କ ରାଣ ଖାଇଲେ ରାଖୀ

ମୁମ୍ବାଇ: ବି-ଟାଉନର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ। ସବୁବେଳେ ସେ ରୁହନ୍ତି ଚର୍ଚ୍ଚା। କେତେବେଳେ ନିଜ ମନ୍ତବ୍ୟକୁ ନେଇ ତ ଆଉ କେତେବେଳେ ନିଜ ଲୁକ୍ସକୁ ନେଇ। ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ନିକଟରେ ପୁଣି ଥରେ ରାଖୀ ଚର୍ଚ୍ଚାକୁ ଆସିଛନ୍ତି। ନିଜ ବୈବାହିକ ଜୀବନକୁ ନେଇ ସେ ଦେଇଛନ୍ତି ଏକ ଦୃଢ଼ ମନ୍ତବ୍ୟ, ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

ଚଳିତ ବିଗ୍‌ବସ୍‌ ସିଜିନରେ ରାଖୀ ସାୱନ୍ତଙ୍କୁ ଦେଖିବାକୁ ମିଳିଥିଲା। ସେଠାରେ ସେ ନିଜ ସ୍ୱାମୀ ଓ ବିବାହକୁ ନେଇ ଚର୍ଚ୍ଚା କରିଥିଲେ। ତେବେ ଏପର୍ଯ୍ୟନ୍ତ ପ୍ରଶଂସକଙ୍କ ସାମ୍ନାରେ ସେ ତାଙ୍କ ସ୍ୱାମୀଙ୍କୁ ଆଣି ନାହାନ୍ତି। କି ତାଙ୍କ ଫଟୋ ମଧ୍ୟ ଦେଖାଇ ନାହାନ୍ତି।  ବର୍ତ୍ତମାନ ଏ ସବୁ ଭିତରେ  ରାଖୀ ସାୱନ୍ତ ତାଙ୍କ ସ୍ୱାମୀ ରିତେଶଙ୍କ ବିଷୟରେ  ଏକ ବଡ଼ କଥା କହିଛନ୍ତି। ରାଖୀ କ୍ୟାନ୍‌ସର ରୋଗ ସହ ସଂଗ୍ରାମ କରୁଥିବା ତାଙ୍କ ମା’ଙ୍କ ରାଣ ଖାଇ କହିଛନ୍ତି ଯେ “ସତରେ ତାଙ୍କ ସ୍ୱାମୀ ରିତେଶ। ସେ ତାଙ୍କୁ ବିବାହ କରିଛନ୍ତି। କିନ୍ତୁ ତାଙ୍କ ବିବାହ ଏବେ କେଉଁ ଦିଗ ଦେଇ ଗତି କରୁଛି, ତାହା ସେ ଜାଣି ନାହାନ୍ତି।’  ଏକ ସାକ୍ଷାତକାର୍‌ରେ ସେ ଏଭଳି କହିଛନ୍ତି।

ପ୍ରକୃତରେ ଅଧିକାଂଶ ଲୋକ ବିଶ୍ୱାସ କରୁଛନ୍ତି ଯେ, ରାଖୀଙ୍କ ବିବାହ କେବଳ ଏକ ପବ୍ଲିସିଟି ଷ୍ଟଣ୍ଟ। ଏହାକୁ ନେଇ ରାଖୀ ଏବେ ଜବାବ ଦେଇଛନ୍ତି। ସେ କହିଛନ୍ତି ମୋର ସ୍ୱାମୀ ଅଛନ୍ତି। ମୁଁ ରିତେଶଙ୍କୁ ବିବାହ କରିଛି, କିନ୍ତୁ ସେ ଭାରତରେ ରୁହନ୍ତି ନାହିଁ।

କେବଳ ସେତିକି ନୁହେଁ ସେ ନିଜ ବିବାହକୁ ନେଇ ଆଶଙ୍କା ପ୍ରକଟ ମଧ୍ୟ କରିଛନ୍ତି। ରାଖୀ କହିଛନ୍ତି, ”ମୁଁ ଏବେ ବିବାହର ଷ୍ଟେଜ୍‌ରେ ଅଛି ନା ନାହିଁ ଜାଣିନି। ଏବେ ଲକ୍‌ଡାଉନ ଚାଲିଛି। ମୁଁ ମୋ ସ୍ୱାମୀଙ୍କ ସହ ରହିବି ନା ନାହିଁ ତାହା ମଧ୍ୟ ଜାଣିନି।, ଡିଭୋର୍ସ ହେବ ନା ନାହିଁ ସେ ନେଇ ବି କିଛି ଜଣା ନାହିଁ । କାରଣ ସେମାନେ କାନାଡାରେ ଅଛନ୍ତି ଏବଂ ଏପର୍ଯ୍ୟନ୍ତ ସେଠାରେ ଭିସା ଆରମ୍ଭ ହୋଇନାହିଁ।”

ସୂଚନାଯୋଗ୍ୟ ଯେ, ରାଖୀ ସାୱାନ୍ତ ୨୦୧୯ରେ ୟୁକେରେ ରହୁଥିବା ଜଣେ ମିଷ୍ଟ୍ରି ମ୍ୟାନ୍‌ଙ୍କୁ ବିବାହ କରିଥିବା ନେଇ ଦାବି କରିଥିଲେ। କେବଳ ସେତିକି ନୁହେଁ ୱେଡିଂ ଲୁକ୍‌ରେ ନିଜ ବିବାହର କିଛି ଫଟୋକୁ ମଧ୍ୟ ସୋଶାଲ ମିଡିଆରେ ସେଆର କରିଥିଲେ। କିନ୍ତୁ ଏହି ଫଟୋରେ ସେ ନିଜ ସ୍ୱାମୀଙ୍କ ଫଟୋ ସେଆର କରିନଥିଲେ। ରାଖୀଙ୍କ ଏହି ସିକ୍ରେଟ ବିବାହକୁ ନେଇ ବି-ଟାଉନ୍‌ରେ ଜୋରଦାର ଚର୍ଚ୍ଚା ମଧ୍ୟ ହୋଇଥିଲା। ନିକଟରେ ବିଗ୍‌ବସ୍ ରିଆଲିଟି ଶୋ’ରେ ସେ ନିଜ ସ୍ୱାମୀଙ୍କ ସହ ଦୁଇ ବର୍ଷ ହେଲା ଦେଖାସାକ୍ଷାତ ହୋଇନାହିଁ ବୋଲି ମଧ୍ୟ ରାଖୀ ଦାବି କରିଥିଲେ।

The post ନିଜ ବିବାହକୁ ନେଇ ମା’ଙ୍କ ରାଣ ଖାଇଲେ ରାଖୀ appeared first on Odisha Reporter.



from Odisha Reporter https://ift.tt/3sNIL6D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages