କରୋନାକୁ ଚେକ୍‌ ଦେବାକୁ ଆକ୍ସନ ପ୍ଲାନ୍‌; ଘରକୁ ଘର ବୁଲୁଛି ରାପିଡ଼ ରେସ୍ପନସ ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 21, 2021

କରୋନାକୁ ଚେକ୍‌ ଦେବାକୁ ଆକ୍ସନ ପ୍ଲାନ୍‌; ଘରକୁ ଘର ବୁଲୁଛି ରାପିଡ଼ ରେସ୍ପନସ ଟିମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମରେ ବଢ଼ିଲା ରାପିଡ଼ ରେସ୍ପନସ ଟିମ୍‌(RRT) ସଂଖ୍ୟା  । ବିଏମସିର ୬୭ଟି ଓ୍ୱାର୍ଡ ପାଇଁ ୩୯ ଟିମ୍ ଗଠନ ହୋଇଛି । ପ୍ରତି ଜୋନ ପାଇଁ ୧୩ଟି ଲେଖାଏଁ ଟିମ୍‌ ଗଠିତ ହୋଇଛି । ପ୍ରତି ଟିମ୍‌ରେ ଜଣେ ଡାକ୍ତର ଓ କୋଭିଡ ସଚେତକ ଓ ଏଏନ୍ଏମ ଅଛନ୍ତି ।

ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା, ତଥ୍ୟ ସଂଗ୍ରହ ଓ ଔଷଧ ବାଣ୍ଟିବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି ଏହି ଟିମ୍  । ପ୍ରତି ଜୋନରେ ଅଛନ୍ତି ଗୋଟିଏ ସ୍ୱତନ୍ତ୍ର ସେଣ୍ଟ୍ରାଲ ଟିମ୍ । ସୋଶାଲ ମିଡିଆ ଓ whatsapp ଗ୍ରୁପ ଜରିଆରେ ନିୟନ୍ତ୍ରଣ କରୁଛି ଏହି ଟିମ୍‌ ।

ପୂର୍ବରୁ ପ୍ରତି ଜୋନରେ ୮ଟି ଲେଖାଏଁ ହିସାବରେ ୨୪ଟି RRT ଥିଲା। ବର୍ତ୍ତମାନ ସେହି ସଂଖ୍ୟା ବୃଦ୍ଧି ପାଇ ୩୯ରେ ପହଞ୍ଚିଛି। ସେହିପରି କଣ୍ଟାକ୍ଟ ଟ୍ରେସିଂ ଟିମ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ସ୍ୱତନ୍ତ୍ର କୋଭିଡ ଆମ୍ବୁଲାନ୍ସ ସଂଖ୍ୟା ୧୮ରୁ ୨୮କୁ ବୃଦ୍ଧି ପାଇଛି  ।

ଗତକାଲି କେବଳ ୧୦ଟି ଆମ୍ବୁଲାନ୍ସ  ସାମିଲ ହୋଇଛି । ଭୁବନେଶ୍ୱରରେ ୫ ହଜାର ଶଯ୍ୟା ବ୍ୟବସ୍ଥା କରିବାକୁ ଟାର୍ଗେଟ ରଖିଛି ବିଏମସି । ଆବଶ୍ୟକତା ଅନୁଯାୟୀ, ହସ୍ପିଟାଲ ସହିତ ଶଯ୍ୟା ସଂଖ୍ୟା ଓ ଅକ୍ସିଜେନ ବୃଦ୍ଧିକୁ ବିଏମସି ଗୁରୁତ୍ୱ ଦେଉଥିବା ସୂଚନା ମିଳିଛି।

ଅପରପକ୍ଷେ, କରୋନା ସଂକ୍ରମଣ ବଢୁଥିବା ବେଳେ ଏହାକୁ ଚେକ୍ ଦେବାକୁ ତତ୍ପରତା ପ୍ରକାଶ କରିଛି ଗଂଜାମ ପ୍ରଶାସନ । ବ୍ରହ୍ମପୁରରେ  ଡୋର ଟୁ ଡୋର ସ୍କ୍ରିନିଂ ଓ ଅକ୍ସିଜେନ୍ ଲେଭେଲ ଯାଞ୍ଚକୁ ତ୍ୱରାନ୍ୱିତ କରାଯାଇଛି । ଲକ୍ଷଣ ଥିବା ବ୍ୟକ୍ତିଙ୍କର ଟେଷ୍ଟ କରାଯାଉଛି।

ଗଞ୍ଜାମ ଜିଲ୍ଲାରେ ଘରକୁ ଘର ବୁଲି ଟେଷ୍ଟ କରୁଛନ୍ତି ଟିମ୍‌ ସଦସ୍ୟ।

ଗତକାଲିଠାରୁ ଏହି ସ୍କ୍ରିନିଂ ଚାଲିଛି। ଆଜି ଗଂଜାମ ଜିଲ୍ଲାରୁ ୧୩୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

The post କରୋନାକୁ ଚେକ୍‌ ଦେବାକୁ ଆକ୍ସନ ପ୍ଲାନ୍‌; ଘରକୁ ଘର ବୁଲୁଛି ରାପିଡ଼ ରେସ୍ପନସ ଟିମ୍ appeared first on Odisha Reporter.



from Odisha Reporter https://ift.tt/3v8Sztl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages