ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝଡ଼ବର୍ଷା ଓ ବଜ୍ରପାତ ନେଇ ୧୨ ଜିଲ୍ଲାକୁ ୩ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏହି ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱର। କାମ ନଥିଲେ ଘରୁ ନବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଛି। ତେବେ ଗତକାଲି ରାଜ୍ୟର ୬ ସହରର ତାପମାତ୍ରା ୪୦ ହିଗ୍ରୀ ଥିବା ବେଳେ ବୌଦ୍ଧ ୪୨ ଡିଗ୍ରି ତାପମାତ୍ରା ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଥିଲା।
ସେହିପରି ଭୁବନେଶ୍ୱରର ତାପମାତ୍ରା ୩୯.୨ ଡିଗ୍ରି ଥିବା ବେଳେ ଓ କଟକ ସହରର ତାପମାତ୍ରା ୩୭.୬ ଡିଗ୍ରି ସେଲସିୟସ ରହିଥିଲା। ଏଥିସହ ବାଲେଶ୍ୱର ୩୭.୦, ଚାନ୍ଦବାଲି ୩୮.୪, ପାରାଦୀପ ୩୨.୦, ଗୋପାଳପୁର ୩୨.୦, ପୁରୀ ୩୩.୦, ଅନୁଗୁଳ ୪୧.୭, ବାରିପଦା ୪୦.୦, ଝାରସୁଗୁଡ଼ା ୩୯.୪, କେନ୍ଦୁଝର ୩୮.୨, ସମ୍ବଲପୁର ୩୯.୩ ଓ ସୁନ୍ଦରଗଡ଼ରେ ୩୮.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଥିଲା।
ସେହିପରି ହୀରାକୁଦ ୩୮.୩, ତାଳଚେର ୪୦.୧, ଭବାନୀପାଟଣା ୩୯.୫, ବଲାଙ୍ଗୀର ୩୯.୬, କୋରାପୁଟ ୩୩.୬, ଫୁଲବାଣୀ ୩୮.୦, ଟିଟଲାଗଡ଼ ୪୦.୦ ସେଲସିୟସ ତାପମାତ୍ର ରେକର୍ଡ଼ କରାଯାଥିଲା। ସେହିପରି ମାଲକାନଗିରି ୩୭.୦, ଛତ୍ରପୁର ୩୪.୭, ନୟାଗଡ଼ ୩୯.୫, ଦାରିଙ୍ଗିବାଡ଼ି ୩୬.୦, ସୋନପୁର ୪୧.୦ ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୩୫.୦ ଡିଗ୍ରି ସେଲସିୟସ ଥିଲା।
The post ୧୨ ଜିଲ୍ଲାକୁ ୩ ଘଣ୍ଟା ପାଇଁ ସତର୍କ କଲା ପାଣିପାଗ ବିଭାଗ appeared first on Odisha Reporter.
from Odisha Reporter https://ift.tt/3va06YN
No comments:
Post a Comment