କୋଭିଡର ଦ୍ୱିତୀୟ ଟିକା ନେଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 7, 2021

କୋଭିଡର ଦ୍ୱିତୀୟ ଟିକା ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡର ଦ୍ୱିତୀୟ ଟିକା ନେଇଛନ୍ତି। ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ ଯାଇ ମୋଦି ଏହି ଟିକା ନେଇଛନ୍ତି। ମାର୍ଚ୍ଚ ୧ରେ ମୋଦି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ପ୍ରଥମ ଟିକା ନେଇଥିଲେ। ଏବେ ମାସେ ପରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଟିକା ନେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଏ ବାବଦରେ କହିଛନ୍ତି, ସେ କୋଭିଡର ଦ୍ୱିତୀୟ ଟିକା ନେଇଛନ୍ତି। କୋଭିଡକୁ ହରାଇବା ପାଇଁ ବିଭିନ୍ନ ଉପାୟ ରହିଛି ସେଥିମଧ୍ୟରୁ ଟିକା ହେଉଛି ଅନ୍ୟତମ। ଯେଉଁମାନେ ଟିକା ନେବାକୁ ଯୋଗ୍ୟ ସେମାନେ ଟିକା ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଆଜି ମୋଦିଙ୍କୁ ପୁଡୁଚେରୀର ପି ନିବେଦା ଦ୍ୱିତୀୟ ଟିକା ଦେଇଥିଲେ। ପଞ୍ଜାବର ଅନ୍ୟ ଜଣେ ନର୍ସ ନିଶା ଶର୍ମା ଟିକା ଦିଆଯାଉଥିବା ବେଳେ ପାଖରେ ଥିବା ଦେଖିବାକୁ ମିଳିଛି। ମୋଦିଙ୍କୁ ପ୍ରଥମ ଡୋଜ ମଧ୍ୟ ନର୍ସ ପି ନିବେଦା ଦେଇଥିଲେ।

The post କୋଭିଡର ଦ୍ୱିତୀୟ ଟିକା ନେଲେ ପ୍ରଧାନମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3s87LVT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages