ଘରେ ଥିଲେ ପତିପତ୍ନୀ, ରାତି ଅଧରେ ହେଲା ବୋମା ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 7, 2021

ଘରେ ଥିଲେ ପତିପତ୍ନୀ, ରାତି ଅଧରେ ହେଲା ବୋମା ମାଡ଼

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ସଦର ଥାନା ଗୁରୁଣ୍ଠି ଶ୍ରୀରଙ୍ଗରାଜପୁର ଗାଁରେ ଗତକାଲି ମଧ୍ୟରାତ୍ରରେ ବୋମାମାଡ଼ ହୋଇଥିବା ଜଣାଯାଇଛି  । ଗାଁର ପି.ତ୍ରିଲୋଚନ ପାତ୍ରଙ୍କୁ ସେହି ଗ୍ରାମର କିଛି ଦୁର୍ବୃତ୍ତ ଧମକଚମକ ଦେବା ସହ ତାଙ୍କ ଘର ଉପରକୁ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି।

ଗତକାଲି ପି.ତ୍ରିଲୋଚନ ଓ ତାଙ୍କ ପତ୍ନୀ ଘରେ ଥିଲେ।   ରାତି ପ୍ରାୟ ୧୨ ଟା ବେଳେ ହଠାତ୍‌ କିଛି ଦୁର୍ବୃତ୍ତ ତାଙ୍କ ଘର ସମ୍ମୁଖରେ ପହଞ୍ଚି ବୋମା ପକାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଅନୁମାନ କରାଯାଉଛି  ।  ଏହି ବୋମା ମାଡ଼ରେ କେହି ଆହତ ହୋଇ ନ ଥିବା ବେଳେ ପରିବାର ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏ ନେଇ ଅଭିଯୋଗ  ପରେ ଘଟଣାସ୍ଥଳରେ ସଦର ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ହେଲେ ଅଭିଯୁକ୍ତଙ୍କ ଟେର ପାଇପାରିନି।

The post ଘରେ ଥିଲେ ପତିପତ୍ନୀ, ରାତି ଅଧରେ ହେଲା ବୋମା ମାଡ଼ appeared first on Odisha Reporter.



from Odisha Reporter https://ift.tt/3wME546

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages