ଛତିଶଗଡ଼ ଏନ୍‌କାଉଣ୍ଟର: ୨୧ ଯବନାଙ୍କ ମିଳୁନି ପତ୍ତା, ୫ ସହିଦ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 3, 2021

ଛତିଶଗଡ଼ ଏନ୍‌କାଉଣ୍ଟର: ୨୧ ଯବନାଙ୍କ ମିଳୁନି ପତ୍ତା, ୫ ସହିଦ୍

ରାୟପୁର: ଶନିବାର ଛତିଶଗଡର ନକ୍ସିଲ ପ୍ରଭାବିତ ସୁକମା ଜିଲ୍ଲା ସୀମାନ୍ତ ବିଜାପୁରରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା। ଏଥିରେ ୫ ଜଣ ଯବାନ ସହିଦ ହୋଇଥିଲେ ଏବଂ ୩୦ରୁ ଅଧିକ ଯବାନ ଆହଜ ହୋଇଥିଳେ। ତେବେ ଏନ୍‌କାଉଣ୍ଟର ପରେ ୨୧ ଜଣ ଯବାନଙ୍କ ପତ୍ତା ମିଳୁନି। ଏମାନେ ନିଖୋଜ ହୋଇଯାଇଛନ୍ତି। ଆଜି ବି ସ୍ଥାନୀୟ ଅଞ୍ଚଳରେ ପୁଣିଥରେ ସର୍ଚ୍ଚ ଅପରେସନ ଜାରି ରହିଛି।

ସେଠାକାର ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଶନିବାର ୩ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା। ଏଥିରେ ୯ ଜଣ ନକ୍ସସ ନିହତ ହୋଇଥିଲେ। ଏଥୁର ଜଣେ ମହିଳା ନକ୍ସଲଙ୍କ ମୃତଦେହ ଜବତ ହୋଇଛି। ଜଙ୍ଗଲରେ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ସେହି ସମୟରେ ନକ୍ସଲମାନେ ମୋଟର ଲଂଚର ଓ ଅତ୍ୟାଧୁନିକ ଅସ୍ତ୍ର ମାଧ୍ୟମରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ୩୦ ଜଣ ଯବାନ ଆହତ ହୋଇଛନ୍ତି। ସେଥୁରୁ ୨୩ଜଣଙ୍କୁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୭ ଗୁରୁତର ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି।  ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେପଟେ ୫ ଯବାନ୍ ଶହିଦ ହେବା ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ।  ଟୁଇଟ କରି ମୋଦି କହିଛନ୍ତି, ତାଙ୍କାର ବଳିଦାନକୁ କେବେ ଭୁଲିହେବ ନାହିଁ । ଛତିଶଗଡ଼ରେ ମାଓବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଥିବା ଯବାନଙ୍କ ପ୍ରତି ମୋର ସମବେଦନା ରହିଛି। ଗୁରୁତର ଯବାନମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ, ତାହା ହିଁ ପ୍ରାର୍ଥନା କରୁଛି ବୋଲି ମୋଦି କହିଛନ୍ତି ।  ସେମପଟେ ଅମିତ ଶାହା କହିଛନ୍ତି ଯବାନଙ୍କ ବଳିଦାନକୁ ଦେଶ କେବେବି ଭୁଲିବ ନାହିଁ।

The post ଛତିଶଗଡ଼ ଏନ୍‌କାଉଣ୍ଟର: ୨୧ ଯବନାଙ୍କ ମିଳୁନି ପତ୍ତା, ୫ ସହିଦ୍ appeared first on Odisha Reporter.



from Odisha Reporter https://ift.tt/3wo5FV5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages