ଡ୍ୟୁଟି କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 30, 2021

ଡ୍ୟୁଟି କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ

କାକିନାଡା: କରୋନା ମହାମାରୀ ଚିକିତ୍ସାରେ ହେଳା କଲେ ଏହା କେତେଜେ ସାଙ୍ଘାତିକ ତାହା ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଜଣେ ଆକ୍ରାନ୍ତ ମୃତ୍ୟୁ ବରଣ କରିବା ପରେ ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ ଜଣେ ସରକାରୀ କର୍ମଚାରୀ। ସିଟରେ ବସି ଡ୍ୟୁଟି କରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ନାମ ଜୟଶଙ୍କର ନାରାୟଣ ବୋଲି ଜଣାପଡ଼ିଛି। ସେ ଜିଲ୍ଲାର ଗାଣ୍ଡେପାଲି ମଣ୍ଡଳରେ ଥିବା ମାଲେପାଲିର ଗାଁ ସେକ୍ରେଟେରୀ ଭାବରେ କାମ କରୁଥିଲେ। ବିଗତ ଚାରି ଦିନ ହେବ ସେ ଜ୍ୱରରେ ପୀଡ଼ିତ ଥିଲେ। ଏହାସତ୍ତ୍ୱେ ସେ ଡ୍ୟୁଟି କରୁଥିଲେ। ଶୁକ୍ରବାର ସେ ଡ୍ୟୁଟି କରୁଥିବା ବେଳେ ନିଜ ସିଟରେ ବସିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି।

ସେ କରୋନାରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ଜୟଶଙ୍କରଙ୍କର ମୃତ୍ୟୁ ପରେ ଅଫିସର କର୍ମଚାରୀ ତାଙ୍କ ପାଖକୁ ଯିବା ପାଇଁ ଭୟ କରିଥିଲେ। ଏହାପରେ ମୃତକ ଜଣଙ୍କ କୋଭିଡରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ଶୁକ୍ରବାର ଆନ୍ଧ୍ରପ୍ରଦେଶରେ ୧୪,୭୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରିପୋର୍ଟ ଆସିଛି। ଏହି ସମସ୍ତ ଗୁରୁବାର କୋଭିଡ୍ ପରୀକ୍ଷା କରାଇଥିଲେ। ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ଶୁକ୍ରବାର ସକାଳ ୧୦ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶରେ ମୋଟ୍ ୧୦,୮୪,୩୩୬ ରୁ ୧୧,୦୧,୬୯୦କୁ କରୋନା ସଂକ୍ରମିତ ବୃଦ୍ଧି ପାଇଛି। ବିଗତ ୨୪ ଘଣ୍ଟାରେ ମୋଟ ୫୭ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିବା ପରେ ମୋଟ୍ ମୃତ୍ୟୁ ସଂଖ୍ୟା ୭,୯୯୨ରେ ପହଞ୍ଚିଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଟି ଜିଲ୍ଲାରେ ୨,୦୦ରୁ ଅଧିକ ମାମଲା ରହିଥିବାବେଳେ ପାଞ୍ଚଟି ଜିଲ୍ଲାରେ ୧୦୦୦ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି।

The post ଡ୍ୟୁଟି କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ appeared first on Odisha Reporter.



from Odisha Reporter https://ift.tt/3xCpxEy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages