ମାଡ଼ି ଚାଲିଛି ମହାମାରୀ, ଅଦାଲତରେ ଆଗୁଆ ଲାଗୁ ହେଲା ଗ୍ରୀଷ୍ମକାଳୀନ ଅବକାଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 30, 2021

ମାଡ଼ି ଚାଲିଛି ମହାମାରୀ, ଅଦାଲତରେ ଆଗୁଆ ଲାଗୁ ହେଲା ଗ୍ରୀଷ୍ମକାଳୀନ ଅବକାଶ

କଟକ(ଓଡ଼ିଶା ରିପୋର୍ଟର) :ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବା କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ନିମ୍ନ ଅଦାଳତର ଗ୍ରୀଷ୍ମକାଳୀନ ଅବକାଶକୁ ଆଗୁଆ ଭାବେ ଲାଗୁ କରାଯାଉଛି । ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇ ଜୁନ ୫ ତାରିଖ ଯାଏଁ ରାଜ୍ୟର ସମସ୍ତ ଅଦାଳତ ଗ୍ରୀଷ୍ମ ଅବକାଶ ପାଇଁ ବନ୍ଦ ରହିବ  ।

ପୂର୍ବ କ୍ୟାଲେଣ୍ଡର ଅନୁଯାୟୀ, ହାଇକୋର୍ଟରେ ଏହି ଗ୍ରୀଷ୍ମ ଅବକାଶ ମେ ୨୪ରୁ ଏବଂ ନିମ୍ନ ଅଦାଳତ ଗୁଡିକରେ ମେ ୨୨ରୁ  ଆରମ୍ଭ ହୋଇଥାନ୍ତା । ସେହିପରି ହାଇକୋର୍ଟ ସମେତ ସମସ୍ତ ନିମ୍ନ ଅଦାଳତ ଜୁନ ୭ ତାରିଖରେ ଖୋଲା ହେବ ।

ରଜ ପର୍ବ ପାଇଁ ଜୁନ ୧୪ରୁ ୧୭ ଯାଏଁ ସମସ୍ତ  ଅଦାଳତ ବନ୍ଦ ରହିବ । ଗ୍ରୀଷ୍ମ ଅବକାଶ ସମୟରେ ହାଇକୋର୍ଟ ଓ ସମସ୍ତ ନିମ୍ନ ଅଦାଳତ ଭର୍ଚୁଆଲ ମୋଡରେ କାର୍ଯ୍ୟ କରିବେ ବୋଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଛି  । ଅପରପଟେ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ପୂର୍ବରୁ ଜାରୀ କରାଯାଇଥିବା ସମସ୍ତ ଅନ୍ତରୀଣ ଆଦେଶ ଆସନ୍ତା ଜୁନ ୩୦ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଜାରୀ କରିଛନ୍ତି  ।

The post ମାଡ଼ି ଚାଲିଛି ମହାମାରୀ, ଅଦାଲତରେ ଆଗୁଆ ଲାଗୁ ହେଲା ଗ୍ରୀଷ୍ମକାଳୀନ ଅବକାଶ appeared first on Odisha Reporter.



from Odisha Reporter https://ift.tt/3e57IpV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages