କରୋନା ମୁକାବିଲା: ଘରୋଇ ଟିଭି ଚ୍ୟାନେଲ ପାଇଁ ସରକାର ଜାରି କଲେ ମାର୍ଗଦର୍ଶିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 6, 2021

କରୋନା ମୁକାବିଲା: ଘରୋଇ ଟିଭି ଚ୍ୟାନେଲ ପାଇଁ ସରକାର ଜାରି କଲେ ମାର୍ଗଦର୍ଶିକା

ନୂଆଦିଲ୍ଲୀ: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ପୁଣିଥରେ ଦେଖିବାକୁ ମିିଳିଛି। ଏବେ ଅଧିକରୁ ଅଧିକ ସଚେତନତା ରହିବାର ଆବଶ୍ୟକ ରହିଛି। ନହେଲେ ଆଗାମୀ ଦିନରେ ଏହି ଚାଇନା ଭାଇରସ ଅଧିକ ବିସ୍ଫୋରକ ହୋଇପାରେ। ମୁଖ୍ୟତଃ ଲୋକମାନେ କିଭଳି ସଚେତନ ହେବେ ଏହାକୁ ନେଇ କେନ୍ଦ୍ର ସରକାର ସମସ୍ତ ରୋଇ ଟିଭି ଚ୍ୟାନେଲ ପାଇଁ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସମସ୍ତ ଘରୋଇ ଟିଭି ଚ୍ୟାନେଲକୁ ଏକ ମାର୍ଗଦର୍ଶିକା ଜାରି କରି କହିଛି, ଏପ୍ରିଲ 4ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡର ସ୍ଥିତି ସ୍ଥିତି ସମୀକ୍ଷା କରିଥିଲେ। ଏଥିରେ ପରୀକ୍ଷଣ, ଚିହ୍ନଟ, ଚିକିତ୍ସା, କୋଭିଡ ଉପଯୁକ୍ତ ବ୍ୟବହାର ଓ ଟିକାକରଣର ପଞ୍ଚ ସୂତ୍ରୀ ରଣନୀତି ଉପରେ ଗୁରୁତ୍ୱାରୋପ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା।

ଆଉ ଜନହିତରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଘରୋଇ ଟିଭି ଚ୍ୟାନେଲଗୁଡ଼ିକର ଅଗ୍ରଣୀ ଭୂମିକାକୁ ମନ୍ତ୍ରାଳୟ ଦୋହରାଇଛି। ତେଣୁ କୋଭିଡ-ଉପଯୁକ୍ତ ବ୍ୟବହାର ଏବଂ ଯୋଗ୍ୟ ବ୍ୟକ୍ତିଙ୍କ ଟିକାକରଣର ବାର୍ତ୍ତା ପ୍ରଚାର କରି ‘ଦବାଇ ଭି କଡ଼ାଇ ଭି’ ସମ୍ପର୍କରେ ଅଧିକ ମାତ୍ରାରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଚ୍ୟାନେଲଗୁଡ଼ିକୁ ମନ୍ତ୍ରଣାଳୟ ପକ୍ଷରୁ ଆହ୍ୱାନ କରାଯାଇଛି।

ସୂଚନାଯୋଗ୍ୟ, ଦୈନିକ କରୋନା ମାମଲା ଏବେ ବୃଦ୍ଧି ପାଇ ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୬,୯୮୨ ନୂଆ ମାମଲା ଚିହ୍ନଟ ହୋଇଛି। ଆଠଟି ରାଜ୍ୟ; ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ତାମିଲନାଡ଼ୁ, ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଦୈନିକ କରୋନା ମାମଲା ବୃଦ୍ଧି ପରିଲକ୍ଷିତ ହୋଇଛି । ନୂଆ ମାମଲା ମଧ୍ୟରୁ ୮୦.୦୪% ଏହି ଆଠଟି ରାଜ୍ୟରୁ ଆସିଛି। ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୪୭,୨୮୮ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଛତିଶଗଡ଼ରେ ୭୩୦୨ ଏବଂ କର୍ଣ୍ଣାଟକରେ ୫୨୭୯ ମାମଲା ଚିହ୍ନଟ ହୋଇଛି ।

ସେହିପରି କୋଭିଡ-୧୯ ସହ ମୁକାବିଲା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୩ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଦେଶରେ ଗୋଟିଏ ଦିନରେ ଏହା ସର୍ବାଧିକ ଟିକାକରଣର ରେକର୍ଡ। ଟିକାକରଣ ଅଭିଯାନର ୮୦ତମ ଦିବସ (୫ ଏପ୍ରିଲ ୨୦୨୧)ରେ ୪୩,୦୦,୯୬୬ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୪୮,୦୯୫ ସେସନରେ ୩୯,୦୦,୫୦୫ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୪,୦୦,୪୬୧ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି।

The post କରୋନା ମୁକାବିଲା: ଘରୋଇ ଟିଭି ଚ୍ୟାନେଲ ପାଇଁ ସରକାର ଜାରି କଲେ ମାର୍ଗଦର୍ଶିକା appeared first on Odisha Reporter.



from Odisha Reporter https://ift.tt/39MUCuO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages