ସପ୍ତାରେ ଦିନଟେ ବନ୍ଦ ରହିବ ତାରାତାରିଣୀ ମନ୍ଦିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 6, 2021

ସପ୍ତାରେ ଦିନଟେ ବନ୍ଦ ରହିବ ତାରାତାରିଣୀ ମନ୍ଦିର

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ନିଜ କାୟା ମେଲାଇ ଚାଲିଥିବା ବେଳେ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ପୀଠକୁ ଆଗମନ ଏବଂ ଦର୍ଶନ ପାଇଁ ସଂଶୋଧିତ ନିୟମ ଜାରି କରିଛି ଜିଲ୍ଲା ପ୍ରଶାସନ ।  ଏହା ସହ ଚୈତ୍ର ମେଳା କଟକଣା ପାଇଁ ମଧ୍ୟ ନୂଆ ନିୟମ ଜାରି କରାଯାଇଛି ।

ନୂଆ ନିୟମ ଅନୁସାରେ, ଏଣିକି ବୁଧବାର ବ୍ୟତୀତ ସପ୍ତାହର ଅନ୍ୟଦିନମାନଙ୍କରେ ମନ୍ଦିର ଖୋଲାରହିବ । ମନ୍ଦିର ପାର୍ଶ୍ୱ ଓ ଏହାର ନିକଟରେ କୌଣସି ବ୍ୟକ୍ତି ଭୋଜି କରିବା ନିଷେଧ।  କୋଭିଡ୍ କଟକଣା ପାଇଁ ମୁଣ୍ଡନ ବନ୍ଦ ରହିବ।  ପ୍ରତ୍ୟେକ ବୁଧବାର ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବ । ଏଥିସହ ସପ୍ତାହରେ ଦୁଇଦିନ ସର୍ବସାଧାରଣଙ୍କ ଦର୍ଶନ ସରିବା ପରେ ରାତ୍ରିକାଳୀନ ବିଶୋଧନ କରାଯିବ  ।

ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼।

ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ଉପରେ ରହୁଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। କରୋନାର ଦ୍ୱିତୀୟ ଲହରର କୋପ ଗଞ୍ଜାମ ଜିଲ୍ଲାରେ ସେଭଳି ଦେଖିବାକୁ ମିଳି ନ ଥିଲେ ମଧ୍ୟ ଗତଥରର ଛାତି ଥରା ଅନୁଭୂତିକୁ ଭୁଲି ପରି ନାହାନ୍ତି ଜିଲ୍ଲାବାସୀ। ଗତ ସୋମବାର ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୮ ଥିବା ବେଳେ ଗତକାଲି ଏହି ସଂଖ୍ୟା ୨୭ରେ ପହଞ୍ଚଛି। ତେଣୁ ଏହାକୁ ନିୟନ୍ତ୍ରଣ କରିବାକୁ ଏବେଠୁ ବିଭିନ୍ନ କଟକଣା ଜାରି କଲାଣି ଜିଲ୍ଲା ପ୍ରଶାସନ।

The post ସପ୍ତାରେ ଦିନଟେ ବନ୍ଦ ରହିବ ତାରାତାରିଣୀ ମନ୍ଦିର appeared first on Odisha Reporter.



from Odisha Reporter https://ift.tt/3rXNRfQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages