ଚେନ୍ନାଇ: ନିର୍ବାଚନର ଦିନକ ପୂର୍ବରୁ ଭୋଟର୍ ଲିଷ୍ଟରୁ କଟିଲା ଚିନ୍ନ ଅମ୍ମାଙ୍କ ନାଁ। ତାମିଲନାଡୁର ପୂର୍ବତନ ନିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବିଶ୍ୱସ୍ତ ରୂପେ ପରିଚିତ ବି.କେ ଶଶିକଳାଙ୍କ ନାଁ ଭୋଟର ତାଲିକାରୁ ହଟାଇ ଦିଆଯାଇଛି। ଆଜି ତାମିଲନାଡୁ ବିଧାନସଭା ଆସନ ପାଇଁ ଭୋଟିଂ ଚାଲିଥିବାବେଳେ ଶଶିକଳାଙ୍କ ଓକିଲ ଏନ୍.ରାଜା ଏସ୍ ପାଣ୍ଡିଆନ୍ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଭୋଟର୍ ଲିଷ୍ଟରୁ ଶଶିକଳାଙ୍କ ନାଁ ହଟାଇ ଦିଆଯାଇଛି। ଏହି ଘଟଣାକୁ ନେଇ ଶଶିକଳା ଅସନ୍ତୁଷ୍ଟ ଅଛନ୍ତି। ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ମିଳିଥିବା ସୂଚନା ମୁତାବକ ଚେନ୍ନାଇର ଥାଉଜେନ୍ଡ ଲାଇଟ୍ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକାରୁ ଶଶିକଳାଙ୍କ ନାମ ହଟାଇ ଦିଆଯାଇଛି।
ଗତ ଲୋକସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂଶୋଧନ ସମୟରେ ୨୦୧୯ ଜାନୁଆରୀ ୩୧ରେ ଶଶିକଳାଙ୍କ ନାମ ହଟାଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ତେବେ ତାଙ୍କ ନାମ କଟାଯାଇଥିବା ନେଇ ଦିନକ ପୂର୍ବରୁ ହିଁ ଶଶିକଳା ଜାଣିବାକୁ ପାଇଛନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ୪ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ଶଶିକଳା ଚଳିତ ବର୍ଷ ଜାନୁଆରୀରେ ମୁକୁଳିଥିଲେ। ଜେଲରୁ ବାହାରିବା ପରେ ସେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଥିଲେ।
ସୂଚନା ଥାଉ କି ମଙ୍ଗଳବାର ସକାଳ ୭ଟାରୁ ତାମିଲନାଡୁର ୨୩୪ ବିଧାନସଭା ଆସନ ପାଇଁ ଭେଟିଂ ଜାରି ରହିଛି । ମୁଖ୍ୟମନ୍ତ୍ରୀ କେ ପାଲାନିସ୍ୱାମୀ, ଉପ ମୁଖ୍ୟମନ୍ତ୍ରୀ ଓ ପନିରସେଲଭମ, ଡିଏମକେ ସଭାପତି ଏମ.କେ ଷ୍ଟାଲିନ, ଏମଏମକେ ପ୍ରତିଷ୍ଠାତା ଟିଟିଭି ଦିନାକରନ ଏବଂ ମକ୍କାଲ ନିଧି ମାୟାମ ଅଧ୍ୟକ୍ଷ କମଲ ହାସନଙ୍କ ସମେତ ମୋଟ ୩୯୯୮ ପ୍ରାର୍ଥୀ ମୈଦାନରେ ଅଛନ୍ତି।
The post ଭୋଟର ଲିଷ୍ଟରୁ କଟିଲା ଚିନ୍ନ ଅମ୍ମାଙ୍କ ନାଁ appeared first on Odisha Reporter.
from Odisha Reporter https://ift.tt/3wy7ajF
No comments:
Post a Comment