ଉଲଗ୍ନ ହୋଇ ଫଟୋ ସୁଟ୍‌ କରୁଥିଲେ ୪୦ ମହିଳା, ଧରିଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 6, 2021

ଉଲଗ୍ନ ହୋଇ ଫଟୋ ସୁଟ୍‌ କରୁଥିଲେ ୪୦ ମହିଳା, ଧରିଲା ପୁଲିସ

ନୂଆଦିଲ୍ଲୀ: ମହଙ୍ଗା ପଡିଲା ନ୍ୟୁଡ୍‌ ପୋଜ ଦେବା। ଫଟୋ ସୁଟ୍‌ କରି ଫସିଲେ ୪୦ ମହିଳା, ବାନ୍ଧିଲା ପୁଲିସ। ଏଭଳି ଘଟଣା ସାମ୍ନାକୁ ଆସିଛି ଦୁବାଇରୁ । ଉଲଗ୍ନ ହୋଇ ଦୁବାଇର ଏକ ବାଲକୋନି ଉପରେ ୪୦ ଜଣ ମହିଳା ଏକାଠି ହୋଇ ଫଟୋ ପାଇଁ ପୋଜ ଦେଉଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଦୁବାଇ ପୁଲିସ ଆକ୍ସନ ମୋଡକୁ ଆସିଛି।

ଉକ୍ତ ୪୦ ମହିଳାଙ୍କ ଭିତରୁ ୧୧ ଜଣଙ୍କୁ ପୁଲିସ ଗିରଫ କରିଛି। ସର୍ବସାଧାରଣରେ ଭ୍ରଷ୍ଟ ଆଚରଣ କରିବା ଅଭିଯୋଗରେ ଏମାନଙ୍କୁ ପୁଲିସ ଗିରଫ କରିଛି। ସେପଟେ ଏହି ୪୦ ଜଣ ମହିଳା ରୁଷ, ବେଲାରୁଷ, ମୋଲ୍‌ଦୋୱା, ୟୁକ୍ରେନ୍‌ର ମଡେଲ ବୋଲି ଜଣାପଡିଛି। ସେପଟେ ଗିରଫ ମହିଳାଙ୍କୁ ଏବେ ୬ ମାସର ଜେଲ ଦଣ୍ଡ ଏବଂ ବଡ ରକମର ଜରିମାନା ଭୟ ଘାରିଛି।

ଡେଲି ମେଲର ରିପୋର୍ଟ ଅନୁଯାୟୀ, ଏହି ପ୍ରୋଜେକ୍ଟରେ ୪୦ ଜଣ ମଡେଲ୍‌ ସାମିଲ ହୋଇଥିଲେ, ଯାହାଙ୍କ ବୟସ ୨୦ ବର୍ଷ ଥିଲା। ଏହି ମାମଲାରେ ରୁଷର ଜଣେ ଫଟୋଗ୍ରାଫର ମଧ୍ୟ ଗିରଫ ହୋଇଛନ୍ତି। ଗିରଫ ବ୍ୟକ୍ତିଙ୍କ ନାଁ ଏଲେକ୍ସି କୋନ୍ତସୋଭ, ତାଙ୍କ ବୟସ ୩୩ ବର୍ଷ ରହିଛି। ତାଙ୍କ ନାଁରେ ଦୁବାଇର ବାଲକୋନିରେ ହୋଇଥିବା ଏହି ବିବାଦୀୟ ଫଟୋ ସୁଟ୍‌କୁ ସେ ଆୟୋଜନ କରିଥିବା ନେଇ ଅଭିଯୋଗ ରହିଛି। ତେବେ ଫଟୋଗ୍ରାଫର ଜଣକ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେପଟେ ଏହି ଘଟଣାକୁ ନେଇ ଦୁବାଇ ପ୍ରଶାସନରେ ପ୍ରବଳ ଉଦ୍‌ବେଗ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ୟୁଏଇରେ ବାସ କରୁଥିବା ବାସିନ୍ଧା ଏବଂ ସେଠାକାର ପର୍ଯ୍ୟଟକଙ୍କ ସମେତ ସମସ୍ତ ଉପରେ ପୋଷାକ ପିନ୍ଧାକୁ ନେଇ ସମସ୍ତ ଆଇନ୍‌ଗତ ନିୟମ କଡାକଡି ଭାବେ ଲାଗୁ ହୁଏ।

ଏହାପୂର୍ବରୁ ମଧ୍ୟ ଦୁବାଇରେ କିଛି ପର୍ଯ୍ୟଟକଙ୍କୁ ଗିରଫ କରିବା ମାମଲା ସାମ୍ନା ଆସିଛି। ୨୦୧୭ରେ ଜଣେ ବ୍ରିଟିଶ ମହିଳା ବିବାହ ନକରି ଜଣେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବାରୁ ସେ ଏକ ବର୍ଷ ପାଇଁ ଜେଲ୍‌ ଯାଇଥିଲେ। ଏଭଳି କରିବା ୟୁଏଇରେ ବେଆଇନ୍‌ ଅଟେ।

The post ଉଲଗ୍ନ ହୋଇ ଫଟୋ ସୁଟ୍‌ କରୁଥିଲେ ୪୦ ମହିଳା, ଧରିଲା ପୁଲିସ appeared first on Odisha Reporter.



from Odisha Reporter https://ift.tt/2OrAaby

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages