ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ଏବେ ରାଜ୍ୟରେ ଫ୍ଲାଟିନିଙ୍ଗ ବା ସମାନ୍ତରଳ ଫେଜ୍ରେ ଥିବା ବିଶେଷଜ୍ଞ କହୁଥିବା ବେଳେ ଦୈନିକ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେଥିମଧ୍ୟରୁ ସବୁଠୁ ଅଧିକ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରୁ ବାହାରୁଛନ୍ତି ପ୍ରବଳ ସଂକ୍ରମିତ। କଟକ ଓ ଭୁବନେଶ୍ୱରରେ ଏବେ କରୋନାର ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ବୟାନ ଦେବାପରେ ଏହି ଟୁଇନସିଟିରେ ରହୁଥିବା ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି।
କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ଗତକାଲି ମାର୍କେଟ ବିଲ୍ଡିଂକୁ ବିଏମସି ସିଲ କରିଥିବା ବେଳେ ଆଜି ଭୁବନେଶ୍ୱର କୋର୍ଟ ଜୁଡିସିଆଲ କଂପ୍ଲେକ୍ସକୁ ୭ ଦିନ ପାଇଁ ସିଲ୍ କରାଯାଇଛି । ଆଜିଠାରୁ ମେ’ ୫ ତାରିଖ ପର୍ଯ୍ୟନ୍ତ କୋର୍ଟ ୭ ଦିନ ପାଇଁ ସିଲ୍ କରାଯାଇଛି। କୋଭିଡ୍ ପଜିଟିଭ ଚିହ୍ନଟ ପରେ BMC ପକ୍ଷରୁ ଜୁଡିସିଆଲ କଂପ୍ଲେକ୍ସକୁ ସିଲ୍ କରାଯାଇଥିବା କୁହାଯାଇଛି।
କରୋନା ଗାଇଡଲାଇନକୁ ଉଲଂଘନ କରିଥିବାରୁ ଗତକାଲି ମାର୍କେଟ ବିଲ୍ଡିଂକୁ ସିଲ କରିବା ପରି କଠୋର ନିଷ୍ପତ୍ତି ନେଇଥିଲା ବିଏମସି। ୪୮ ଘଣ୍ଟା ପାଇଁ DCP ଓ BMC ଜୋନାଲ କମିଶନରଙ୍କ ଉପସ୍ଥିତିରେ ସିଲ୍ କରାଗଲା ମାର୍କେଟ ବିଲ୍ଡିଂ। ଏହାପରେ ଶନିବାର ଓ ରବିବାର ସଟଡାଉନ ରହିବା ପରେ ସୋମବାରଠାରୁ ମାର୍କେଟ ବିଲ୍ଡିଂ ଖୋଲାଯିବ ବୋଲି କୁହାଯାଉଛି। ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ମାସ୍କ ପିନ୍ଧିନଥିବା, ସାମାଜିକ ଦୂରତା ବଜାୟ ରଖୁନଥିବା ଏବଂ ଗହଳି ଲାଗୁଥିବା ଆଦି କାରଣ ପାଇଁ ବିଏମସିର ଡେପୁଟି କମିଶନର ମାର୍କେଟ ବିଲଡିଂ ସିଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଶ୍ରୀ ପାଣିଗ୍ରାହୀ ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଜଣେ ଏକାଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଥିବାରୁ ସଂକ୍ରମଣ ବଢ଼ୁଛି। ସେଥିପାଇଁ ଟୁଇନସିଟିରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି। ଏକାଧିକ ଲୋକ ବାହାରୁ ଆସୁଥିବାରୁ ଭୁବନେଶ୍ୱରରେ ସଂକ୍ରମଣ ବଢ଼ୁଛି । କୋଭିଡ୍ ହଟସ୍ପଟ ରାଜ୍ୟଗୁଡ଼ିକରୁ ଲୋକମାନେ ନିୟମିତ ଆସୁଥିବାରୁ ସେମାନେ ଏଠାରେ ଅଧିକ ଲୋକଙ୍କୁ ସଂକ୍ରମିତ କରିବାର ଆଶଙ୍କା ଦେଖାଦେଇଛି ।
The post ୭ ଦିନ ପାଇଁ ସିଲ୍ ହେଲା ଏହି କୋର୍ଟ appeared first on Odisha Reporter.
from Odisha Reporter https://ift.tt/3sZTueg
No comments:
Post a Comment